ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କର ଦ୍ୱିତୀୟ ସନ୍ତାନ ଆକୟଙ୍କୁ ସ୍ବାାଗତ କରିଛନ୍ତି। ଏହି ଦମ୍ପତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଏହି ଦମ୍ପତିଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ଲମ୍ବା ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି। ଯାହା ବେଶ୍ ଭାଇରାଲ ହେଉଛି।
କୋହଲି ଏବଂ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ପୁଅର ଆଗମନ ଖବର ଶେୟାର କରି କହିଛନ୍ତି,’ବହୁତ ଆନନ୍ଦ ଏବଂ ହୃଦୟରେ ପ୍ରେମରେ ପରିପୂର୍ଣ୍ଣ, ଆମେ ଘୋଷଣା କରି ଖୁସି ଯେ ଫେବୃଆରୀ ୧୫ ରେ ଆମେ ଆମ ପୁଅ ଆକାୟ ଏବଂ ଭାମିକାଙ୍କ ସାନଭାଇଙ୍କୁ ସ୍ବାଗତ କରିଛୁ। ଏହି ସୁନ୍ଦର ସମୟରେ ଆମେ ତୁମର ଆଶୀର୍ବାଦ କାମନା କରୁଛୁ।
ଏହି ସମୟରେ ତେନ୍ଦୁଲକର ଟୁଇଟ କରି କୋହଲି ଏବଂ ଅନୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆକାୟଙ୍କୁ ତାଙ୍କ ପରିବାରକୁ ଏକ ମୂଲ୍ୟବାନ ଉପହାର ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ବିରାଟ ଏବଂ ଅନୁଷ୍କାଙ୍କୁ ଆକାୟଙ୍କ ଆଗମନ ପାଇଁ ଅଭିନନ୍ଦନ, ଆପଣଙ୍କ ସୁନ୍ଦର ପରିବାର ପାଇଁ ଏକ ମୂଲ୍ୟବାନ ଉପହାର! ଯେପରି ତାଙ୍କ ନାମ କୋଠରୀକୁ ଆଲୋକିତ କରୁଛି, ସେ ତୁମ ଜୀବନକୁ ଅସୀମ ଖୁସି ଏବଂ ଖୁସିରେ ଭରିଦେଉ। ଦୁନିଆକୁ ସ୍ବାଗତ, ଛୋଟ ଚାମ୍ପିୟନ।
Congratulations to Virat and Anushka on the arrival of Akaay, a precious addition to your beautiful family! Just like his name lights up the room, may he fill your world with endless joy and laughter. Here’s to the adventures and memories you’ll cherish forever. Welcome to the… https://t.co/kjuoUtQ5WB
— Sachin Tendulkar (@sachin_rt) February 20, 2024