ଅନୁଷ୍କାଙ୍କ ସହ ଭଜନ-କୀର୍ତ୍ତନରେ ସାମିଲ ଥିବା ନଜର ଆସିଲେ ବିରାଟ

ଲଗାତାର ବିରାଟ କୋହଲି ଖରାପ ପ୍ରଦର୍ଶନ କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଏହା ଦେଖିବାକୁ ମିଳେ ଯେ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭଜନ-କିର୍ତ୍ତନରେ ବ୍ୟସ୍ତ ଅଛନ୍ତି।
କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ତାଙ୍କ ସହ ଅନୁଷ୍କା ମଧ୍ୟ ଯାଇଛନ୍ତି। କୋହଲି ଓ ଅନୁଷ୍କାଙ୍କର ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲଣ୍ଡନର କୃଷ୍ଣ ଦାସ କିର୍ତ୍ତନରେ ଯୋଗ ଦେଇଛନ୍ତି। ଏହି କୀର୍ତ୍ତନର ଭିଡିଓ ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।
ଲଣ୍ଡନରେ ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ ଦ୍ୱାରା ଏହି କୀର୍ତ୍ତନ ଆୟୋଜିତ ହୋଇଥିଲା। ସେ ଭଜନ ଗୀତ ପାଇଁ ବେଶ ଜଣାଶୁଣା । କୃଷ୍ଣ ଦାସଙ୍କ ଶିଷ୍ୟ ହନୁମାନ ଦାସ ଇନଷ୍ଟାଗ୍ରାମରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ସହ ତାଙ୍କର ଏକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୪ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ।

Share