ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛନ୍ତି । ଏହି ବିଶେଷ ଦିନରେ ପତ୍ନୀ ଅନୁଷ୍କା ଶର୍ମା ବି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ତାଙ୍କର ବହୁତ କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଛି । ଏହାସହ ଅନୁଷ୍କା କ୍ୟାପଶନ ସହ ଏହାକୁ କମ୍ପ୍ଲିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଆଜି ତୁମର ଜନ୍ମଦିନ, ଆଜିର ଦିନରେ ମୁଁ ତୁମର ସବୁଠାରୁ ଭଲ ଆଙ୍ଗଲ ଓ ଫଟୋ ବାଛିଛି । ସବୁବେଳେ ମୁଁ ତୁମକୁ ଭଲାଏ । ଅନୁଷ୍କାଙ୍କର ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ରିଆକ୍ସନ ଦେବା ସହ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଉଛନ୍ତି ।
ସୂଚନାଯୋଗ୍ୟ, ଏକ ବିଜ୍ଞାପନରେ ବିରାଟ ଓ ଅନୁଷ୍କା ଏକାଠି କାମ କରିବା ସମୟରେ ବିରାଟ ପ୍ରଥମେ ଅନୁଷ୍କାଙ୍କର ମଜାକ ଉଡାଇଥିଲେ । ହେଲେ ଏହାପରେ ସେ ପଡିଯାଇଥିଲେ ଏହି ବଲିଉଡ ନାୟିକାଙ୍କ ପ୍ରେମରେ । ଅନେକ ଥର ଏହି କପୁଲ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଖୋଲା ଖୋଲି କଥା ବି ହୋଇଛନ୍ତି । ବିବାହ ପୂର୍ବରୁ ବିରାଟ ଅନୁଷ୍କାଙ୍କ ମଜାକ ଉଡାଇଥିବା ବେଳେ ଏବେ କିନ୍ତୁ ସେ ଅନୁଷ୍କାଙ୍କୁ ଖୁବ୍ ଭଲ ପାଆନ୍ତି ।

Share