କ୍ରିକେଟ୍ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ବୋଲି ଜଣାପଡିଛି। ଫଲୋଅର୍ସ ସଂଖ୍ୟ ୧୦ କୋଟି ଛୁଇଁବା ପରେ କୋହଲି ଏବେ ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନ୍ ରୋନାଲଡୋ, ଲିଓନେଲ୍ ମେସି ଏବଂ ନେମାରଙ୍କ ଭଳି ଏଲିଟ୍ ଗ୍ରୁପ୍ ଖେଳାଳିଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ଭାରତରେ ବିରାଟ କୋହଲିଙ୍କ ପରେ ୬ କୋଟି ଫଲୋଅର୍ସ ସହ ପ୍ରିୟଙ୍କା ଚୋପ୍ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଇନ୍ଷ୍ଟାଗ୍ରାମରେ କ୍ରିଷ୍ଟିଆନ୍ ରୋନାଲଡୋଙ୍କ ଫଲୋଅର୍ସଙ୍କ ସଂଖ୍ୟ ୨୬ କୋଟିରୁ ଅଧିକ। ଫଲୋଅର୍ସ ତାଲିକାରେ ସେ ବିଶ୍ୱର ୧ ନମ୍ବର ସ୍ଥାନରେ ଅଛନ୍ତି। ଗାୟିକା ଏରିୟାନା ଗ୍ରାଣ୍ଡେ ୨୨.୪୦ କୋଟି ସହ ଦ୍ୱିତୀୟ ଏବଂ ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଡ୍ବେନ ଜନସନ୍ ୨୨ କୋଟି ସହ ତୃତୀୟ ସ୍ଥାନରେ ଅଛନ୍ତି।