Categories: ଖେଳ

ପୁଣି ହୃଦୟ ଭାଙ୍ଗିଲେ ବିରାଟ କୋହଲି:ଷ୍ଟାଡିୟମରେ ଖେଳିଗଲା ନିରାଶାର ମାହୋଲ

ମୁମ୍ବାଇ,୨।୧୧: ପୁଣି ଦର୍ଶକଙ୍କ ହୃଦୟ ଭାଙ୍ଗିଛନ୍ତି ଭାରତୀୟ କ୍ରିକେଟର୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବା ଆଜି ବି ସମ୍ଭବ ହୋଇପାରିନାହିଁ। କୋଟି କୋଟି ଦର୍ଶକ ବିରାଟଙ୍କ ଶତକକୁ ଅପେକ୍ଷା କରିଥିଲେ। ଶେଷରେ କୋହଲି ନିରାଶ କରିଛନ୍ତି।
ବିରାଟ କୋହଲି ୯୪ ବଲରେ ୮୮ ରନ ସ୍କୋର କରିବା ପରେ ବିରାଟ କୋହଲି ଆଉଟ ହୋଇଥିଲେ। ବିରାଟ କୋହଲିଙ୍କ ଆଉଟ୍‌ ପରେ ପୁରା ଷ୍ଟାଡିୟମ ନିରାଶାର ଲହରୀ ଖେଳିଯାଇଥିଲା। ବିରାଟ କୋହଲି ୪୯ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ମହାନ ରେକର୍ଡର ସମକକ୍ଷ କରିବାର ସୁଯୋଗ ପାଇଥିଲେ। କିନ୍ତୁ ସେ ଏହା କରିପାରିନାହାନ୍ତି। ଇର୍ଡେନ ଗାର୍ଡେନରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନ ହାସଲ କରିପାରନ୍ତି। ଏହି ମ୍ୟାଚ୍‌ ମଧ୍ୟ ତାଙ୍କ ପାଇଁ ବିଶେଷ ହେବ। କାରଣ ଏହି ଦିନ ସେ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥିପାଇଁ ଇର୍ଡେନ ଗାର୍ଡେନରେ ସ୍ବfତନ୍ତ୍ର ପ୍ରସ୍ତୁତି କରାଯାଇଛି।

Share