Categories: ଖେଳ

କୋହଲିଙ୍କ ଅପେକ୍ଷାରେ ବିଶ୍ୱ ରେକର୍ଡ

ଟ୍ରେଣ୍ଟ ବ୍ରିଜ,୩।୮: ଏଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଏହି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ ସଂଖ୍ୟକ ଶତକ ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକା ଯୁଗ୍ମଶୀର୍ଷରେ ଅଛନ୍ତି କୋହଲି। ତାଙ୍କ ନାମରେ ରହିଛି ୪୧ଟି ଶତକ। ତେବେ ଅଧିନାୟକ ଭାବେ ସମାନ ସଂଖ୍ୟକ ଶତକ ହାସଲ କରିଥିଲେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ। ଏଣୁ ଦୁହେଁ ମିଳିତ ଶୀର୍ଷରେ ଅଛନ୍ତି।

ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଶତକ ହାସଲକାରୀ ହେବା ପାଇଁ କୋହଲିଙ୍କୁ ଦରକାର ମାତ୍ର ଗୋଟିଏ ସେଞ୍ଚୁରି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ ସ୍ମିଥ (୩୩ ଶତକ), ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୨୦), ମାଇକେଲ କ୍ଲାର୍କ ଓ ଓ୍ବେଷ୍ଟଇଣ୍ଡିଜର ବ୍ରାଏନ ଲାରା (୧୯) ରହିଛନ୍ତି।