Categories: ଖେଳ

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ବହୁତ ପ୍ରଶଂସକ ଅଛନ୍ତି। ସେ ହେଉଛନ୍ତି ଏକମାତ୍ର ଭାରତୀୟ ଯାହାଙ୍କର ଇନଷ୍ଟାଗ୍ରାମରେ ୨୦୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି।
କୋହଲିଙ୍କର ଟୁଇଟରରେ ୫୦.୪ ନିୟୁତ ଏବଂ ଫେସବୁକରେ ୪୯ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ଏହାଦ୍ୱାରା କୋହଲି ଆର୍ଥିକ ଦୃଷ୍ଟିରୁ ମଧ୍ୟ ଉପକୃତ ହେଉଛନ୍ତି। ସେ ରୋଜଗାରର ରେକର୍ଡ ଭାଙ୍ଗିଛନ୍ତି।

ବିରାଟ କୋହଲି ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ଲାଗି ୧୦,୮୮,୦୦୦ ଡଲାର ଚାର୍ଜ କରିଥାନ୍ତି, ଯାହା ପ୍ରାୟ ୮.୯ କୋଟି ଟଙ୍କା ଅଟେ। ଟପ୍‌ -୨୦ ତାଲିକାର କୋହଲି ଏକମାତ୍ର ଏସୀୟ ଖେଳାଳି। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ପରବର୍ତ୍ତୀ ଭାରତୀୟ ସେଲିବ୍ରିଟି, ଯିଏ ଏହି ତାଲିକାରେ ୨୭ ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ କୋହଲି ଏକମାତ୍ର କ୍ରିକେଟର।

ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ହେଉଛନ୍ତି ଏକମାତ୍ର ସେଲିବ୍ରିଟି ଯିଏକି ଇନଷ୍ଟାଗ୍ରାମରେ ୪୦୦ ମିଲିୟନରୁ ଅଧିକ ପ୍ରଶଂସକ ଅଛନ୍ତି। ସେ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଏକ ପୋଷ୍ଟ ପାଇଁ ରୋନାଲଡୋ ପ୍ରାୟ ୨୩,୯୭,୦୦୦ ଡଲାର୍‌ ଅର୍ଥାତ ୧୯ କୋଟି ଟଙ୍କା ନେଇଥାନ୍ତି। ଏହି ତାଲିକାରେ ଲିଓନେଲ ମେସି ତୃତୀୟ ସ୍ଥାନ ଅଧିକାର କରିଛନ୍ତି, ଯିଏ ଏକ ପୋଷ୍ଟ ପାଇଁ ୧୭,୭୭,୦୦୦ ଡଲାର ଅର୍ଥାତ ପ୍ରାୟ ୧୪ କୋଟି ଟଙ୍କା ନେଇଥାନ୍ତି। ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର୍‌ ଦି ରକ୍‌ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।

Share