Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କଲେ କୋହଲି

ନୂଆଦିଲ୍ଲୀ,୧୮।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ଏହି ଦିନିକିଆରେ ଡେବ୍ୟୁ କରିଥିଲେ। ପ୍ରଥମ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିବା ବିରାଟ ଧୀରେ ଧୀରେ ଦଳରେ ନିଜର ସ୍ଥାନକୁ ଦୃଢ କରି ୨୦୧୧ ବିଶ୍ୱକପ ବିଜୟରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ସେ କ୍ରିକେଟରେ ରେକର୍ଡ ପରେ ରେକର୍ଡ କରିଥିଲେ।

କୋହଲି ଅନ୍ତର୍ଜାତୀୟ କ୍ରିକେଟରେ 15 ବର୍ଷ ପୂରଣ କରିଥିବାବେଳେ ତାଙ୍କ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅନେକ ପୋଷ୍ଟ କରିଛି। ଆରସିବି ଏକ ଭାବପ୍ରବଣ ଭିଡିଓ ମଧ୍ୟ ଶେୟାର କରିଛି। ଏଥିରେ ଫ୍ରାଞ୍ଚାଇଜ କୋହଲିଙ୍କ ପିଲାଦିନରୁ ଆଜି ପର୍ଯ୍ୟନ୍ତ ଫଟୋକୁ ବ୍ୟବହାର କରିଛି। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

Share