ଓଭାଲ,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଚୌକା ଲଗାଇ ଖାତା ଖୋଲିଛନ୍ତି। ଏଥିସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପୂରଣ ହୋଇଛି ୨୩ ହଜାର ରନ୍। ସେ ବିଶ୍ୱ ଇତିହାସର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଏହି ମାଇଲ୍ଷ୍ଟୋନ ସ୍ପର୍ଶ କରିଛନ୍ତି। ଏହି ଧାରାରେ ସଚିନ ତେନ୍ଦୁଲକରଙ୍କ ଭଳି ବହୁ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ଛାଡ଼ି ଦେଇଛନ୍ତି କୋହଲି।
କ୍ୟାରିୟରର ୪୯୦ତମ ଇନିଂସରେ କୋହଲି ୨୩ ହଜାର ରନ୍ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଥିଲା କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କ ନାମରେ। ତାଙ୍କୁ ଏହି ମାଇଲଷ୍ଟୋନରେ ପହଞ୍ଚିବା ପାଇଁ ୫୨୨ ଇନିଂସ ଲାଗିଥିଲା। ଏହି ତାଲିକାରେ ରହିଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୫୪୪ ତମ ଇନିଂସ), ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ (୫୫୧), ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୫୬୮), ଭାରତର ରାହୁଲ ଡ୍ରାଭିଡ୍ (୫୭୬) ଓ ଶ୍ରୀଲଙ୍କାର ମହିଳା ଜୟଓ୍ବର୍ଦ୍ଦନେ (୬୪୫)ଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନ।