ଅନୁଷ୍କାଙ୍କ ଆଗରେ ‘ନାଟୁ ନାଟୁ’ ଗୀତରେ ଡ୍ୟାନ୍ସ କଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ଦେଶର ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଦମ୍ପତି ଭାରତୀୟ କ୍ରୀଡ଼ା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି କାର୍ଯ୍ୟକ୍ରମରେ କୋହଲି ଓସ୍କାର ବିଜେତା ଗୀତ ‘ନାଟୁ ନାଟୁ’ରେ ଗୀତରେ ନାଚିଥିଲେ। ଏହି ସମୟରେ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା। ଅନୁଷ୍କା ଏବଂ ବିରାଟଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ୟୁସର୍ଜ କୋହଲିଙ୍କ ନୃତ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି।
ଅନୁଷ୍କାଙ୍କ ଅଭିନେତ୍ରୀ ଖୁବ ଶୀଘ୍ର ଏହି ଚଳଚ୍ଚିତ୍ରଟି ଝୁଲନ ଗୋସ୍ବାମୀଙ୍କ ବାୟୋପିକ ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ଝୁଲନଙ୍କ ଭୂମିକାରେ ନଜର ଆସିବେ।

Share