Categories: ଖେଳ

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୮ରେ କୋହଲି ଏକ ସାକ୍ଷାତକାରରେ କହିଥିଲେ ମୁଁ ଜାଣନି ପିତା କେବେ ହେବି, କିନ୍ତୁ ପିତା ହେବା ପରେ କ’ଣ ସବୁ ତ୍ୟାଗ କରିବି ତାହା ମୋତେ ଜଣା। ସନ୍ତାନ ଆସିବା ପରେ ମୋର ଏକ ପରିବାର ହେବ। ସେମାନଙ୍କୁ ସମୟ ଦେବା ମୋ ପାଇଁ ଜରୁରୀ ହେବ। ମୋ କ୍ୟରିୟର୍‌ ସହ ଯୋଡି ହୋଇଥିବା କୌଣସି ଜିନିଷ ନିଜ ବେଡ୍‌ରୁମ୍‌ରେ ରଖିବି ନାହିଁ । କ୍ରିକେଟ କ୍ୟାରିୟରରେ ମିଳିଥିବା ସବୁ ଟ୍ରଫି ଏକତ୍ର କରି ଅନ୍ୟ ଯାଗାରେ ରଖିବି। ମୁଁ ଚାହେଁ ନାହିଁ ମୋ ପିଲା ଜଣେ ସେଲିବ୍ରିଟି ଭାବେ ବଢୁ। ସେ ସାଧାରଣ ଜୀବନଯାପନ କରୁ ବୋଲି ମୁଁ ଚାହେଁ ବୋଲି ସେ କହିଥିଲେ। ଏବେ ପିତା ହେବା ଜାଣିବା ପରେ କୋହଲି ନିଜ କଥା ରଖିବେ ବୋଲି ଚର୍ଚ୍ଚା ହେଉଛି। କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ପିତା ହେବା ଖବର ନିଜ ପ୍ରଶଂସକଙ୍କୁ ଜଣାଇଥିଲେ।

Share