ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛି ତୃତୀୟ ଟେଷ୍ଟ ମ୍ୟାଚ୍। ଏଥିପାଇଁ ଘୋଷିତ ଭାରତୀୟ ଟିମ୍ରେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇ ନ ଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସାମିଲ କରାଯାଇଥିଲା। ହେଲେ ତୃତୀୟ ଟେଷ୍ଟରେ ପୁଣି ଦଳରୁ ବାହାର କରାଯିବା ନେଇ ପ୍ରଶ୍ନ ଉଠିଥିଲା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ବିରାଟ କୋହଲି।
କୋହଲି କହିଛନ୍ତି, ସିରାଜଙ୍କ ସ୍ଥାନରେ ବୁମ୍ରାହ ଏବଂ କୁଲଦୀପଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯାଇଛି। ଆମେ କୌଣସି ସ୍ପିନର ବିକଳ୍ପ ଭାବେ ନେବାକୁ ଚାହୁଁଥିଲୁ। ସୁନ୍ଦର ଭଲ ବ୍ୟାଟିଂ ମଧ୍ୟ କରିପାରିବେ। ପ୍ରଥମ ପାଳି ପରେ ଖେଳିବା କଷ୍ଟକର ହୋଇପାରେ। ଏଣୁ ଅତିରିକ୍ତ ଖେଳାଳି ଭାବେ ବ୍ୟାଟିଂ କରିବା ଦଳ ପାଇଁ ଲାଭଦାୟକ ହୋଇପାରେ ବୋଲି ସେ କହିଛନ୍ତି।