Categories: ଖେଳ

କୋହଲି ପୁଣି ଫେଲ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡଠାରୁ ବ୍ୟାଟିଂ ନିମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା। ଏହି କ୍ରମରେ ଦୀର୍ଘଦିନରୁ ଖରାପ ଫର୍ମରେ ଥିବା କୋହଲି ପୁଣି ଥରେ ଫେଲ୍‌ ହୋଇଥିଲେ। ସେ ମାତ୍ର ୧୯ ବଲ୍‌ ଖେଳି ୨ ଚୌକା ସହାୟତାରେ ୧୧ ରନ୍‌ କରିପାରିଥିଲେ। ଇଂଲଣ୍ଡର ୨୩ ବର୍ଷୀୟ ଯୁବ ବୋଲର ମାଥ୍ୟୁ ପୋଟ୍ସ କୋହଲିଙ୍କ ଉଇକେଟ ନେଇଥିଲେ।

Share