Categories: ଖେଳ

ଆଉଟ୍‌ ହେବା ପରେ ଖୁସି ମନାଇଲେ ବାଲାଂଦେଶ ଖେଳାଳି, ରାଗରେ ନିଆଁବାଣ ହେଲେ କୋହଲି…

ଢାକା,୨୪।୧୨: ପୁଣି ରାଗରେ ନିଆଁବାଣ ହୋଇଛନ୍ତି ବିରାଟ କୋହଲି। ବାଲାଂଦେଶ ବିପକ୍ଷରେ ଜାରି ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏଭଳି ରୂପ ଦେଖିବାକୁ ମିିଳିଛି। ଆଉଟ୍‌ ହେବା ସମୟରେ ସେ ବାଲାଂଦେଶର ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହେଲା ଯେ ଅଧିନାୟକ ଶାକିବ ଅଲ୍‌ ହସନଙ୍କୁ ମଝିରେ ଆସି ସମାଧାନ କରିବାକୁ ପଡ଼ିଥିଲା। ଏବେ ଏହି ବିବାଦର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଜୟ ଲାଗି ଭାରତକୁ ୧୪୫ ରନ୍‌ର ଲକ୍ଷ୍ୟ ମିଳିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୪୫ ରନ୍‌ କରିବାରେ ସଫଳ ହୋଇଛି। ତେବେ ବିରାଟ ଦ୍ୱିତୀୟ ପାଳିରେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଯେତେବେଳେ ତାଙ୍କ ଉଇକେଟ ଯାଇଥିଲା ସେତେବେଳେ ବାଲାଂଦେଶୀ ଖେଳାଳିମାନେ ଉତ୍ସବ ମନାଇବା ଭଳି ବ୍ୟବହାର କରିଥିଲେ। ଏହାକୁ ନେଇ ବିରାଟ ରାଗି ଯାଇଥିଲେ। ସ୍ଥିତି ବିଗିଡ଼ିବା ପରେ ବାଲାଂଦେଶ ଅଧିନାୟକ ଭିତରେ ପଶି ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ମାମଲା ଶାନ୍ତ ପଡ଼ିଥିଲା।

Share