Categories: ଖେଳ

ପଡ଼ିଆରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ: କହିଲେ, ପାଟି ବନ୍ଦ କରି ବ୍ୟାଟିଂ କର

ଲଣ୍ଡନ,୩।୭:ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଙ୍ଗଭଙ୍ଗୀରେ ପାଟି ବନ୍ଦ କରି ବ୍ୟାଟିଂ କରିବାକୁ କୋହଲି ତାଙ୍କୁ କହିଥିଲେ। ବିରାଟଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖିରେ ବେୟାରଷ୍ଟୋ ମଧ୍ୟ ରାଗି ଯାଇଥିଲେ।
ଏହି ଘଟଣା ୩୨ତମ ଓଭରରେ ଘଟିଥିଲା। ମହମ୍ମଦ ଶାମି ବୋଲିଂ କରୁଥିଲେ। ଶାମିଙ୍କ ବଲରେ ବେୟାରଷ୍ଟୋ କିଛିଟା ଅସୁବିଧା ଅନୁଭବ କରୁଥିବା ନଜର ଆସିଥିଲେ। କୋହଲି ସ୍ଲିପ୍ସରେ ଠିଆ ହୋଇଥିଲେ। ସେଠାରୁ ସେ ସ୍ଲେଜିଂ ଆରମ୍ଭ କଲେ। ଶୁଭମନ ଗିଲ ମଧ୍ୟ କୋହଲିଙ୍କୁ ସମର୍ଥନ କରୁଥିଲେ। ବିରାଟ କହିଥିଲେ – ଜନି ବେୟାରଷ୍ଟୋ ପଡ଼ିଆରେ ଥିବା ବଲ ବ୍ୟତୀତ ସବୁକିଛି ଦେଖିପାରିବେ।
କୋହଲିଙ୍କ ଏହି କଥାଶୁଣି ବେୟାରଷ୍ଟୋ ରାଗି ଯାଇଥିଲେ। ସେ ବିରାଟଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ। ଏହାପରେ ମାମଲା ଅଧିକ ବଢିଯାଇଥିଲା। କୋହଲି ତାଙ୍କ ପାଖରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅମ୍ପାୟାର ସେଠାରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲେ। ସ୍ଲିପ ଆଡକୁ ଯାଉଥିବାବେଳେ କୋହଲି ପାଟିର ଆଙ୍ଗୁଠି ରଖିଥିଲେ ଏବଂ ପାଟି ବନ୍ଦ ରଖିବା ପାଇଁ ବେୟାରଷ୍ଟୋକୁ ସଙ୍କେତ ଦେଇଥିଲେ।
ଟିମ ଇଣ୍ଡିଆର ଅଧିନାୟକ ଏବେ ଜଶପ୍ରୀତ ବୁମରା ଅଛନ୍ତି, କିନ୍ତୁ କୋହଲି ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଫିଲ୍ଡିଂ ସମୟରେ ବୁମରା ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋହଲି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ବୁମ୍‌ରା ନିଜେ କୋହଲିଙ୍କ ନିକଟକୁ ଯାଇ ଅନେକ ଥର ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବୋଲିଂ ପରିବର୍ତ୍ତନ ଠାରୁ ଆରମ୍ଭ କରି ଫିଲ୍ଡିଂ ସେଟିଂ ପର୍ଯ୍ୟନ୍ତ କୋହଲି ପରାମର୍ଶ ଦେଇଥିଲେ।

Share