Categories: ଖେଳ

କୋହଲି-ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚ ଫି କଟିଲା…

ନୂଆଦିଲ୍ଲୀ,୨।୫: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୮ ରନରେ ପରାସ୍ତ କରିଛି। ଚମତ୍କାର ପ୍ରଦର୍ଶନ କରି ଆରସିବି କମ ସ୍କୋରିଂ ମ୍ୟାଚ ଜିତିଥିଲା। ମ୍ୟାଚ ସମୟରେ ଆରସିବି ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷୌ୍ନ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉତ୍ତେଜନାମୂଳକ ଯୁକ୍ତିତର୍କ ହୋଇଥିଲା। ବାଙ୍ଗାଲୋରଠାରୁ ଲକ୍ଷ୍ନୌ ହାରିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଏହି ଘଟଣାରେ କୋହଲି ଏବଂ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚ ଫି କାଟି ଦିଆଯାଇଛି। ଦୁହେଁ ଆଇପିଏଲ କୋଡ ଅଫ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ -୨ ଅବମାନନା କରିଥିବା ସ୍ବୀକାର କରିଛନ୍ତି। ସେହିପରି ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ-ଉଲ-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି।

Share