Categories: ଖେଳ

କେ.ଏଲ୍‌.ଙ୍କୁ ଉପହାର: କୋହଲି ଦେଲେ ବିଏମ୍‌ଡବ୍ଲୁ, ଧୋନୀ ଦେଲେ ୮୦ ଲକ୍ଷର ବାଇକ୍‌ !

ନୂଆଦିଲ୍ଲୀ,୨୫।୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ କେ.ଏଲ୍‌. ରାହୁଲ। ବଲିଉଡ୍‌ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ବେଶ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିବା ବେଳେ କେ.ଏଲ୍‌.ଙ୍କୁ ଉପହାରରେ ବହୁତ ମହଙ୍ଗା ଉପହାର ମିଳିଛି।

ସାଥୀ କ୍ରିକେଟରଙ୍କ ବିଷୟରେ କଥା ହେଲେ, କେ.ଏଲ୍‌.ଙ୍କୁ ବିରାଟ କୋହଲି ଏକ ବିଏମ୍‌ଡବ୍ଲୁ ଉପହାର ଦେଇଛନ୍ତି। ଏହାର ମୂଲ୍ୟ ୨.୧୭ କୋଟି କୁହାଯାଉଛି। ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ତାଙ୍କୁ ଏକ ୮୦ ଲକ୍ଷର ବାଇକ୍‌ ଉପହାର ଦେଇଛନ୍ତି।

ଟିମ୍‌ ଇଣ୍ଡିଆରୁ ଛୁଟି ନେଇ କେ.ଏଲ୍‌. ବିବାହ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ, ଟି୨୦ ସିରିଜର ଅଂଶ ନ ଥିଲେ। ସୁନୀଲ ସେଟ୍ଟୀଙ୍କ ଘରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ମାତ୍ର ୧୦୦ ଅତିଥି ଏହି ବିବାହରେ ଯୋଗ ଦେଇଥିଲେ।

Share