Categories: ଖେଳ

ଭାରତ ବିପକ୍ଷରେ କରିଥିଲେ ବିସ୍ଫୋରକ ବ୍ୟାଟିଂ; ଲିଟନ ଦାସଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି…

ଆଡିଲେଡ୍‌,୪।୧୧: ଭାରତ ବିପକ୍ଷ ବିଶ୍ୱକପ୍‌ ସୁପର-୧୨ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବାଲାଂଦେଶ କ୍ରିକେଟର ଲିଟନ ଦାସ। ଏହାକୁ ନେଇ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ସେ ଲିଟନଙ୍କୁ ତାଙ୍କର ବ୍ୟାଟ୍‌ ଦେଇଥିବା ନେଇ ବାଲାଂଦେଶ କ୍ରିକେଟ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

କହିରଖୁଛୁ ଯେ, ଉକ୍ତ ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୮୪ ରନ୍‌ କରିଥିଲା। ଜବାବରେ ବାଲାଂଦେଶ ଟିମ୍‌ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ। ଶେଷରେ ଦଳ ୧୪୫/୬ ସ୍କୋରରେ ସୀମିତ ରହିଥିଲା। ଏହି ମ୍ୟାଚ୍‌ରେ ଲିଟନ ୨୭ ବଲ୍‌ରେ ୬୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

Share