Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାପରେ ଟ୍ରୋଲ ହୋଇଥିଲେ କୋହଲି, ଏବେ ଫଟୋ ଶେୟାର କରି ଦେଲେ କଡା ଜବାବ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନର ଅପେକ୍ଷା ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ୨୦୨୧ ଜାନୁୟାରୀରେ ସେ ପିତା ହେବେ ବୋଲି ଫଟୋ ଶେୟାର କରି ଘୋଷଣା କରିଛନ୍ତି। ଫଟୋରେ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବେବି ବମ୍ପ୍‌ ସହ ନଜର ଆସିଛନ୍ତି। ନିକଟରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହୋଇଥିଲେ। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଏଥିରେ କୋହଲି ତାଙ୍କ ଶୁଭେଚ୍ଛା ଜଣାଇଥିଲେ। ସେତେବେଳେ ପ୍ରଶଂସକ ତାଙ୍କୁ ଟ୍ରୋଲ କରି କହିଥିଲେ ଆପଣ କେବେ ଖୁସି ଖବର ଜଣାଇବେ। ଏହି ସମୟରେ ବିରାଟ ଚୁପ୍‌ ଥିଲେ। ଏବେ ସେମାନଙ୍କୁ କଡା ଜବାବ ଦେଇଛନ୍ତି ବିରାଟ କୋହଲି। ସୂଚନାଯୋଗ୍ୟ, ଏକ ବିଜ୍ଞାପନରୁ ବିରାଟ ଏବଂ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ୨୦୧୭, ଡିସେମ୍ବର ୧୧ରେ ଉଭୟ ଇଟାଲୀରେ ବିବାହ କରିଥିଲେ।

Share