Categories: ଖେଳ

ଲଗାତାର ଶୂନରେ ଆଉଟ୍‌ ହେବା ପରେ ପ୍ରଶ୍ନ ଘେରରେ କୋହଲି: ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୧୩।୩: ଦୀର୍ଘଦିନ ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଶତକ ମାରିପାରୁ ନ ଥିବା ବେଳେ ଲଗାତାର ଦୁଇଟି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଛନ୍ତି। ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ପାଳିରେ ଶୂନରେ ଆଉଟ୍‌ ହେବା ପରେ ଏବେ ପ୍ରଥମ ଟି୨୦ ମ୍ୟାଚ୍‌ରେ ସେ ପୁଣିଥରେ କୌଣସି ରନ୍‌ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଶୁକ୍ରବାର ଭାରତ ମ୍ୟାଚ୍‌ ହାରିବା ପରେ କୋହଲିଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବରେ କୋହଲି କହିଥିଲେ, ଏହା ଅନ୍ତରାଷ୍ଟ୍ରୀୟ କ୍ରିକେଟର ଏକ ଅଂଶ। ହାରଜିତ୍‌ ଲାଗି ରହେ। ଯେତେବେଳେ ଆପଣଙ୍କ ସମୟ ଥାଏ ସେତେବେଳେ ଆପଣ ଅଧିକ ରନ୍‌ କରନ୍ତି। କେବେକେବେ ଏଭଳି ହୋଇପାରି ନ ଥାଏ। ଏହାଛଡ଼ା ଆଲୋଚକଙ୍କୁ ଚୁପ୍‌ କରିବାକୁ ଯାଇ ସେ କହିଥିଲେ, ନିଜର ରଣନୀତିରେ ଖେଳିବା ଜରୁରୀ । ହେଲେ ବୋଲିଂ ଟିମ୍‌ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିଥିବା କଥା ମାନିବାକୁ ପଡିବ ବୋଲି ସେ କହିଛନ୍ତି।

Share