Categories: ଖେଳ

ତେନ୍ଦୁଲକରଙ୍କୁ ପଛରେ ଛାଡ଼ିଲେ

ନୂଆଦିଲ୍ଲୀ,୧୯।୧: ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଦିନିକିଆ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତ ବରିଷ୍ଠ ବ୍ୟାଟର ବିରାଟ କୋହଲି। ଏହି ଧାରାରେ ସେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର(୫୦୬୫ ରନ୍‌)ଙ୍କୁ ପଛରେ ଛାଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ୫୧ ରନ୍‌ର ଅର୍ଦ୍ଧଶତକୀୟ ପାଳି ଅବସରରେ କୋହଲି ଏହି ସଫଳତା ହାସଲ କରିଛନ୍ତି। ବିଦେଶରେ ସର୍ବାଧିକ ରନ୍‌ ଏବେ ବି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗାକାରା (୫,୫୧୮)ଙ୍କ ନାମରେ ରହିଛି।

ଏହା ବ୍ୟତୀତ ପ୍ରୋଟିଜ ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ରନ୍‌ କରିବାରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ବର୍ତ୍ତମାନ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କୁ ପଛରେ ଛାଡ଼ିଛନ୍ତି। ଏହି ତାଲିକାରେ ଏବେ ଭାରତୀୟ ଭାବେ କୋହଲି କେବଳ ସଚିନ (୨,୦୦୧)ଙ୍କ ପଛରେ ରହିଛନ୍ତି। ବିଶ୍ୱ ସ୍ତରରେ କୋହଲି ଓ ସଚିନଙ୍କ ମଧ୍ୟରେ ରିକି ପଣ୍ଟିଂ (୧,୮୭୯), କୁମାର ସାଙ୍ଗାକାର (୧,୭୮୯), ଷ୍ଟିଭ ଓ୍ବ (୧,୫୮୧) ଓ ଶିବନାରାୟଣ ଚନ୍ଦ୍ରପାଲ (୧,୫୫୯) ରହିଛନ୍ତି।

Share