Categories: ଖେଳ

୫ ବର୍ଷ ପରେ ‘ଗୋଲ୍ଡେନ୍‌ ଡକ୍‌’ରେ ଆଉଟ୍‌

ମୁମ୍ବାଇ,୧୯।୪: ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଏକ ସମୟରେ ‘ରନ୍‌ ମେସିନ’ ଭାବେ ପରିଚିତ ଏହି କ୍ରିକେଟର ଲଗାତାର ଭାବେ ବ୍ୟାଟିଂରେ ଫେଲ୍‌ ହେଉଛନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଶଂସକ ବିରାଟଙ୍କଠାରୁ ଦମ୍‌ଦାର ବ୍ୟାଟିଂ ଆଶା କରିଥିଲେ, ହେଲେ ବିରାଟ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। ଚଳିତ ସିଜନରେ ପ୍ରଥମ ଥର ପାଇଁ ବିରାଟ ଗୋଲ୍ଡେନ୍‌ ଡକ୍‌(ପ୍ରଥମ ବଲ୍‌ରେ ୦ ରନ୍‌ କରି ଆଉଟ୍‌) ହୋଇଛନ୍ତି।

ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଖେଳ ଆରମ୍ଭରୁ ଆର୍‌ସିବିକୁ ଝଟ୍‌କା ଲାଗିଥିଲା। ଏହାପରେ ବିରାଟ ମଇଦାନକୁ ଓହ୍ଲାଇଥିଲେ। ହେଲେ ସେ ପ୍ରଥମ ବଲ୍‌ରେ ହିଁ ଆଉଟ୍‌ ହୋଇଥିଲେ। ଆଇପିଏଲ୍‌ ଇତିହାସ ବିଷୟରେ କଥା ହେଲେ ବିରାଟ ୪ଥର ଡକ୍‌ ଆଉଟ୍‌ ହୋଇଛନ୍ତି। ଦୀର୍ଘ ୫ ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ହୋଇଛି। ସେ ଶେଷଥର ପାଇଁ ୨୦୧୭ରେ ଗୋଲ୍ଡେନ୍‌ ଡକର ଶିକାର ହୋଇଥିଲେ।

Share