Categories: ଖେଳ

ବିରାଟ କୋହଲି କରୋନା ପଜିଟିଭ୍‌

ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କରେନା ଆକ୍ରାନ୍ତ ହୋଇ ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡିଛନ୍ତି। ଲଣ୍ଡନରେ ପହଞ୍ଚିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ବିରାଟ କୋହଲି ମାଳଦ୍ୱୀପରେ ଛୁଟି ସାରି ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହୋଇଯାଇଛନ୍ତି। ଲେଷ୍ଟେଷ୍ଟେୟାର ବିପକ୍ଷ ଅଭ୍ୟାସ ମ୍ୟାଚରେ ଏହାର ପ୍ରଭାବ ପଡିପାରେ। କରୋନାରୁ ସୁସ୍ଥ ହେଉଥିବା ଖେଳାଳିଙ୍କ ଉପରେ ଅଧିକ ଚାପ ନ ଦେବାକୁ ବୋର୍ଡ ଟିମ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛି।
କୋହଲିଙ୍କୁ ମାଳଦ୍ୱୀପରୁ ଫେରିବା ପରେ କରୋନା ପଜିଟିଭ ମିଳିଥିଲା, ତେବେ ସେ ଖେଳାଳିମାନଙ୍କ ସହିତ ଇଂଲଣ୍ଡକୁ କିପରି ଗଲେ ସେନେଇ ଏବେ ପ୍ରଶ୍ନ ଉଠୁଛି।

Share