ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ ଖେଳାଳିଙ୍କ ‘ଧୈର୍ଯ୍ୟ ଏବଂ ନିଷ୍ଠା’କୁ ପ୍ରଶଂସା କରିବା ସହ ଦଳର ସିରିଜ ବିଜୟକୁ ‘ଆଦର୍ଶ’ ବୋଲି କହିଛନ୍ତି। ଆଡିଲେଡ୍ ଟେଷ୍ଟ ପରେ ଆମ ପ୍ରଦର୍ଶନ ଉପରେ ସନ୍ଦେହ କରୁଥିବା ଲୋକ ଛିଡା ହୋଇ ଦେଖ ବୋଲି ସେ କହିଛନ୍ତି। ସାଥୀ ଖେଳାଳିଙ୍କ ପ୍ରଦର୍ଶନ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ସେ ପ୍ରଶଂସା କରିଛନ୍ତି। ଏଭଳି ଐତିହାସିକ ବିଜୟର ମୂହୁର୍ତ୍ତକୁ ଉପଭୋଗ କର ବୋଳି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ପ୍ରଥମ ଟେଷ୍ଟ ପରେ ପୈତୃକ ଛୁଟି ନେଇ ଭାରତ ଫେରିଥିଲେ। ଜାନୁୟାରୀ ୧୧ରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ।
WHAT A WIN!!! Yessssss. To everyone who doubted us after Adelaide, stand up and take notice. Exemplary performance but the grit and determination was the standout for us the whole way. Well done to all the boys and the management. Enjoy this historic feat lads. Cheers 👏🏼🇮🇳 @BCCI pic.twitter.com/CgWElgOOO1
— Virat Kohli (@imVkohli) January 19, 2021