Advertisement
Categories: Home Leftଖେଳ

ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…

ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟରେ ହାସଲ କରିଛନ୍ତି। ନୀତିଶ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ଏକ ଆବେଗଭରା ସମୟ ଥିଲା। କାରଣ ପୁଅ ନୀତିଶଙ୍କ ଏହି ସଫଳତାକୁ ଗ୍ୟାଲେରୀରେ ବସି ଦେଖିବାର ସୁଯୋଗ ପାଇଥିଲେ।

ଏହି ସହିତ ତାଙ୍କ ପରିବାର ସଦସ୍ୟ ବିରାଟ କୋହଲିଙ୍କ ସହିତ ଫଟୋ ଉଠାଇବାର ମଧ୍ୟ ସୁଯୋଗ ପାଇଛନ୍ତି। ଏହି ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ପ୍ରଶଂସକମାନେ ବିରାଟଙ୍କ ଉଭୟ ଗୋଡ଼ରେ ୬ ଟି ଲେଖାଏ ଆଙ୍ଗୁଳି ଥିବା କହିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ନାନା ଚର୍ଚ୍ଚା ଦେଖିବାକୁ ମିଳିଛି।

Share