Posted inଖେଳ

ଟି୨୦ରେ ବିରାଟ ରାଜ୍; ମାରିଲେ ୧୦୦ ଅର୍ଦ୍ଧଶତକ

ଜୟପୁର,୧୩ା୪: ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି୨୦ରେ ୧୦୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାର୍‌ କୋହଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୪୫ ବଲରେ ୬୨ ରନ୍‌ର ଇନିଂସ ଖେଳିବା ଅବସରରେ ଏହି ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି।

ଚଳିତ ଆଇପିଏଲ୍‌ରେ ଏହା ତାଙ୍କର ତୃତୀୟ ଅର୍ଦ୍ଧଶତକ ଥିଲା। ଏଥିଯୋଗୁ ଏପର୍ଯ୍ୟନ୍ତ ୪୦୫ ଟି୨୦ ମ୍ୟାଚ୍‌ ଖେଳିଥିବା କୋହଲିଙ୍କ କ୍ୟାରିୟରର ଅର୍ଦ୍ଧଶତକ ସଂଖ୍ୟା ୧୦୦ରେ ପହଞ୍ଚତ୍ଛି। ତାଙ୍କ କ୍ୟାରିୟରରେ ୯ ଶତକ ମଧ୍ୟ ରହିଛି। ଟି୨୦ କ୍ରିକେଟ୍‌ ଇତିହାସରେ ସର୍ବାଧିକ ସଂଖ୍ୟକ ଅର୍ଦ୍ଧଶତକ କରିଥିବା ବ୍ୟାଟରଙ୍କ ତାଲିକାରେ କୋହଲି ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏବେ କେବଳ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନରଙ୍କ ପଛରେ ରହିଛନ୍ତି।

୪୦୦ ଟି୨୦ ମ୍ୟାଚ ଖେଳିଥିବା ଓ୍ବାର୍ନରଙ୍କ ନାମରେ ୮ ଶତକ ସହ ୧୦୮ ଅର୍ଦ୍ଧଶତକ ରହିଛି। ଏହି ତାଲିକାରେ କୋହଲିଙ୍କ ପଛରେ ପାକିସ୍ତାନର ବାବର ଆଜାମ (୯୦ ଅର୍ଦ୍ଧଶତକ), ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ(୮୮), ଇଂଲଣ୍ଡର ଜୋଶ୍‌ ବଟଲର(୮୬) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ପଡ଼ିବ ମରୁଡ଼ି, ଅନ୍ଧାରରେ ବିତିବ ରାତି; ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନକୁ ୫ ଝଟ୍‌କା 

ନୂଆଦିଲ୍ଲୀ,୨୬।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ...

ଭାରତ ଛାଡ଼ି କାହିଁକି ଲଣ୍ଡନ ଗଲେ ବିରାଟ-ଅନୁଷ୍କା? ମାଧୁରୀଙ୍କ ସ୍ବାମୀ ଖୋଲିଦେଲେ ଗୁମର

ନୂଆଦିଲ୍ଲୀ,୨୬।୪: ଲଣ୍ଡନ ଚାଲିଯିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଗତ ବର୍ଷେ ମଧ୍ୟରେ ଅନେକ ଥର ଦୁହିଁଙ୍କୁ ଲଣ୍ଡନରେ ଦେଖାଯିବା ପରେ କିଛି...

ଜୁନିୟର ବକ୍ସିଂ ଚାମ୍ପିୟନଶିପ୍‌: ୪୩ ପଦକ ପକ୍କା କଲା ଭାରତ

ଅମାନ(ଜୋର୍ଡାନ),୨୬ା୪: ଜୋର୍ଡାନରେ ଚାଲିଥିବା ୧୫ ବର୍ଷରୁ କମ୍‌ ଏବଂ ୧୭ ବର୍ଷରୁ କମ୍‌ ଉଦ୍‌ଘାଟନୀ ଏସିଆନ ଜୁନିୟମର ବକ୍ସିଂ ଚାମ୍ପୟନଶିପ୍‌ରେ ଭାରତର ଆଉ ୪ଜଣ ବକ୍ସର...

ଯୁଦ୍ଧ ପୂର୍ବରୁ କାଙ୍ଗାଳ ହେଲାଣି ପାକିସ୍ତାନ: ଖାଇବା ପାଇଁ ଟଣାଓଟରା, ୬ଟା ଅଣ୍ଡାର ଦାମ ୧୪୫

ଇସଲାମବାଦ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ଭାରତ ଓ ପାକିସ୍ତାନ...

IPLର ଗୋଟିଏ ମ୍ୟାଚ୍‌ ପାଇଁ ମୋଟାଅଙ୍କର ଦରମା ନିଅନ୍ତି ଅମ୍ପାୟାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୪: ଭାରତରେ କ୍ରିକେଟରମାନେ ଘରୋଇ, ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ଏଠାରେ ଅମ୍ପାୟାରମାନେ ମଧ୍ୟ ଟଙ୍କା ରୋଜଗାର କରିବାରେ ପଛରେ...

ଗରିବଙ୍କ E-KYC ଭୁଲ୍‌ରେ କଟିଥିଲେ ଜଣାନ୍ତୁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୪: E-KYCରେ ଗରିବଙ୍କ ରାଶନକାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଗରିବଙ୍କର E-KYC କଟିଛି ମୋତେ କୁହନ୍ତୁ। ଆମ...

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ୨୬ ମୃତକଙ୍କ ମଧ୍ୟରୁ ୨୦ ଜଣଙ୍କ ଟ୍ରାଉଜର ଖୋଲିଥିଲେ ଆତଙ୍କବାଦୀ

ଶ୍ରୀନଗର,୨୬ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ୨୬ ଜଣ ମୃତକଙ୍କ ପ୍ରାରମ୍ଭିକ ଯାଞ୍ଚରୁ ଏକ ଚାଞ୍ଚଲ୍ୟକର ବା ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଅଧିକାରୀମାନେ ଜାଣିବାକୁ ପାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image