ସିଡନୀ,୧୨।୧୦: ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାର ଯଥେଷ୍ଟ ପୂର୍ବରୁ ଭାରତୀୟ ଦଳ ସେଠାରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ମଧ୍ୟ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳି ଜିତିଥିଲେ। ଏହାପରେ ଭାରତୀୟ ଦଳକୁ ଗୋଟିଏ ଦିନର ବିରତି ଦିଆଯାଇଥିଲା। ଏହି ସମୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ କେଶକୁ ନୂଆ ଲୁକ୍ ଦେଇଛନ୍ତି।
ସେ ପ୍ରସିଦ୍ଧ ହେୟାର ଷ୍ଟାଇଲଷ୍ଟ ଜୋର୍ଡାନ ଟେବାଚମ୍ୟାନଙ୍କ ପାଖରେ କେଶ କାଟିଥିଲେ। କୋହଲି ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହା ବ୍ୟତୀତ ସେ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଜୋର୍ଡାନ ଟେବାଚମାନଙ୍କୁ ଟ୍ୟାଗ କରିଥିବା ଦେଖାଯାଇଛି।
ଏହି ୨୯ ଦିନିଆ ଟୁର୍ନାମେଣ୍ଟରେ ମୋଟ ୪୫ଟି ମ୍ୟାଚ ଖେଳାଯିବ। ୧୬ଟି ଦେଶ ଏଥିରେ ଭାଗ ନେଉଛନ୍ତି।
View this post on Instagram