Categories: ଖେଳ

ବିରାଟ କୋହଲି ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା: ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ,୨୧।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୋହଲି ତାଙ୍କର ୫୦୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ସମାପ୍ତ କରିଛନ୍ତି। କୋହଲି ହେଉଛନ୍ତି ଚତୁର୍ଥ ଖେଳାଳି ଯିଏକି ଜଣେ ଭାରତୀୟ ଖେଳାଳି ଭାବରେ ଏହି ସ୍ଥିତିରେ ପହଞ୍ଚିଛନ୍ତି। ତାଙ୍କର ଏହି ସଫଳତା ଉପରେ ବର୍ତ୍ତମାନର ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ତାଙ୍କୁ ପ୍ରଶଂସା କରିବାବେଳେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବ ଖେଳାଳିଙ୍କ ପାଇଁ ପ୍ରକୃତ ପ୍ରେରଣା ବୋଲି ମଧ୍ୟ କହିଛନ୍ତି।

ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ କୋହଲିଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ରାହୁଲ ଦ୍ରାବିଡ ଏହି ପଦ ହାସଲ କରିଛନ୍ତି। ବିସିସିଆଇ ଦ୍ୱାରା ପ୍ରକାଶିତ ଏକ ଭିଡିଓରେ ରାହୁଲ ଦ୍ରାବିଡ କୋହଲିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ଆକଳନ ଆମ ସମସ୍ତଙ୍କ ସାମ୍ନାରେ ଅଛି ଏବଂ ଆପଣ ନିଜେ ପୁରା କାହାଣୀ ଅନୁମାନ କରିପାରିବେ।

ରାହୁଲ ଦ୍ରାବିଡ କହିଛନ୍ତି ଯେ ଏଥିରେ କୌଣସିି ସନ୍ଦେହ ନାହିଁ ଯେ ଦଳର ଖେଳାଳିଙ୍କ ସହ ବିରାଟ ଭାରତର ଅନେକ ଲୋକ, ବାଳକ ଓ ବାଳିକାଙ୍କ ପାଇଁ ପ୍ରକୃତ ପ୍ରେରଣା। ବିରାଟଙ୍କ ଏହି ଯାତ୍ରା ବହୁତ ଭଲ। ଯେତେବେଳେ ସେ ମୋ ସମୟରେ ଖେଳୁଥିଲେ ସେତେବେଳେ ସେ ବହୁତ ଛୋଟ ଥିଲେ। କୋହଲି ଏପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ଏବଂ ସେ ଯାହା ହାସଲ କରିବେ ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଠାରୁ କମ୍‌ ନୁହେଁ।

Share