Categories: ଖେଳ

ସଚିନଙ୍କୁ ପଛରେ ପକାଇଲେ କିଙ୍ଗ କୋହଲି

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ୫୦୦ତମ ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇଛି। ଦୀର୍ଘଦିନରୁ ଏହି ଫର୍ମାଟରେ ସେ ଶତକ ହାସଲ କରି ନ ଥିଲେ। ହେଲେ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ସେ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି।

ବିରାଟ ୧୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ଶତକ ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଏବଂ ଅନ୍ତର୍ଜାତୀୟ କ୍ୟାରିୟରର ୭୬ତମ ଶତକ ଥିଲା। ତେବେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୫୦୦ତମ ମ୍ୟାଚ୍‌ରେ ଶତକ ମାରିବାର ଉପଲବ୍ଧି ହାସଲ କରିଛନ୍ତି ସେ। ଏହାଛଡ଼ା ୫୦୦ ମ୍ୟାଚ୍‌ରେ ସର୍ବାଧିକ ଶତକ ମାରି ମହାନ ତେନ୍ଦୁଲକରଙ୍କ ଉପଲବ୍ଧିକୁ ଟପିଛନ୍ତି ସେ। କାରଣ ୫୦୦ ମ୍ୟାଚ୍‌ ଖେଳିବା ଯାଏ ସଚିନ ୭୫ ଶତକ ମାରିଥିଲେ। ବିରାଟ ତାଙ୍କଠାରୁ ଏବେ ଗୋଟିଏ ପାଦ ଆଗରେ ଚାଲିଛନ୍ତି।

କେବଳ ଏତିକି ନୁହେଁ ବିରାଟ ରୋହିତ ଶର୍ମାଙ୍କୁ ପଛରେ ପକାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ସର୍ବାଧିକ ରନ୍‌ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ୩୪ ମ୍ୟାଚ୍‌ର ୨୦୫୪ ରନ୍‌ କରିଛନ୍ତି। ଏଥିରେ ୪ ଶତକ ଏବଂ ୯ ଅର୍ଦ୍ଧଶତକ ରହିଛି।

Share