Categories: ଖେଳ

ଇନ୍‌ଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି ୧ ନମ୍ବର

ନୂଆଦିଲ୍ଲୀ,୧୧।୮:ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଲୋକପ୍ରିୟତା ଏବଂ ବ୍ରାଣ୍ଡ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବର୍ଷ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ସର୍ବାଧିକ ରୋଜଗାର କରୁଥିବା ଭାରତୀୟ। ହପର୍‌ ଏଚ୍‌କ୍ୟୁର ରିପୋର୍ଟ ଅନୁଯାୟୀ, କୋହଲି ୨୦୨୩ରେ ଇନଷ୍ଟାଗ୍ରାମରେ ଗୋଟିଏ ପ୍ରମୋସନାଲ ପୋଷ୍ଟ ପାଇଁ ୧୪ କୋଟି ଟଙ୍କା ନେଇଛନ୍ତି। ଏହି ତାଲିକାରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ଶୀର୍ଷରେ ରହିଛନ୍ତି, ତା’ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସି ଅଛନ୍ତି।
ରୋନାଲଡୋଙ୍କ ଗୋଟିଏ ପ୍ରମୋସନାଲ ପୋଷ୍ଟ ପାଇଁ ୩.୨୩ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ପ୍ରାୟ ୨୬.୭୫ କୋଟି ଟଙ୍କା ଚାର୍ଜ କରିଛନ୍ତି। ଅନ୍ୟପକ୍ଷରେ ମେସି ଇନଷ୍ଟାଗ୍ରାମରେ ଥିବା ପ୍ରତ୍ୟେକ ପୋଷ୍ଟ ପାଇଁ ୨.୫୬ ମିଲିୟନ ଡଲାର (୨୧.୪୯କୋଟି ଟଙ୍କା) ନେଉଛନ୍ତି।
ଏହି ତାଲିକାରେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଥିବା ବିରାଟ କୋହଲି ଏକମାତ୍ର ଭାରତୀୟ। ହପର୍‌ ଏଚ୍‌କ୍ୟୁର ରିପୋର୍ଟ ଅନୁଯାୟୀ, ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ୧.୩୮ ମିଲିୟନ ଆମେରିକୀୟ ଡଲାର ଚାର୍ଜ କରିଛନ୍ତି। ଗୋଟିଏ ପୋଷ୍ଟରୁ ତାଙ୍କର ରୋଜଗାର ହେଉଛି ୧୧.୪୫ କୋଟି ଟଙ୍କା। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ ପ୍ଲାଟଫର୍ମରେ ତାଙ୍କର ୨୫୬ ନିୟୁତ ଫଲୋଅର୍ସ ଅଛନ୍ତି
ଏହି ତାଲିକାରେ ଥିବା ଭାରତୀୟଙ୍କ ମଧ୍ୟରେ ବଲିଉଡରୁ ହଲିଉଡ ଯାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ୨୯ ତମ ସ୍ଥାନରେ ଅଛନ୍ତି। ସେ ପ୍ରତି ପୋଷ୍ଟ ପାଇଁ ୫୩୨,୦୦୦ ଆମେରିକୀୟ ଡଲାର (୪.୪୦ କୋଟି ଟଙ୍କା) ନିଅନ୍ତି।

Share