ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି ମ୍ୟାଚରେ ଦଳର ଅଧିନାୟକ ଥିବା ଜସପ୍ରୀତ ବୁମ୍ରା ହଠାତ୍ ପଡ଼ିଆ ଛାଡିଥିଲେ ଏବଂ ପ୍ରାୟ ଅଧ ଘଣ୍ଟା ପରେ ସେ ମେଡିକାଲ ଟିମ ସହିତ ବାହାରକୁ ଆସିଥିଲେ। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ସେ ଏକ ସ୍କାନ ପାଇଁ ମେଡିକାଲ ଦଳ ସହ ବାହାରକୁ ଯାଇଛନ୍ତି। ମେଡିକାଲ ଟିମ ସହିତ ବୁମରା କାରରେ ଯାଉଥିବାର ନଜର ଆସିଥିଲେ।
ଇଂରାଜୀ କମେଣ୍ଟ୍ରି ଦେଉଥିବା ରବି ଶାସ୍ତ୍ରୀ ମଧ୍ୟ ଅନୁମାନ କରିଛନ୍ତି, ବୋଧହୁଏ ବୁମରାଙ୍କୁ ସ୍କାନ ପାଇଁ ନିଆଯାଇଛି। ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ବୁମରା ୧୦ ଓଭର ବୋଲିଂ କରି ୨ ଉଇକେଟ ନେଇଥିଲେ। ତେବେ ଏବେ ବୁମ୍ରାଙ୍କୁ ଦ୍ୱିତୀୟ ଦିନରେ ବୋଲିଂ ଦେଖିବାକୁ ମିଳ ନାହିଁ। ବୁମ୍ରା ଏହିପରି ବାହାରକୁ ଯିବା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ।
ତେବେ ହଠାତ୍ କାହିଁକି ସେ ପଡ଼ିଆ ଛାଡିଛନ୍ତି ସେନେଇ ବୁମରାଙ୍କ ସମ୍ପର୍କରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ବୋଲିଂ ବେଳେ ବୁମରା ଆଦୌ ଅସହଜ ମନେ ହେଉ ନ ଥିଲେ। ସେ ତାଙ୍କ ବେଗରେ ବୋଲିଂ ଜାରି ରଖିଥିଲେ। ମଧ୍ୟାହ୍ନ ଭୋଜନ ପରେ, ବୁମରା ପୁନର୍ବାର ପଡ଼ିଆକୁ ଆସି ଅଧିବେଶନର ଦ୍ୱିତୀୟ ଓଭର ବୋଲିଂ କରିବା ପରେ ପଡ଼ିଆରୁ ଯାଇଥିଲେ।
Where’s Jasprit Bumrah off to 🤔#AUSvIND pic.twitter.com/P0yD1Q8pnV
— 7Cricket (@7Cricket) January 4, 2025