Categories: ଖେଳ

କୋହଲି ଆହତ, ପ୍ରଥମ ଦିନିକିଆରେ ଖେଳିବା ଆଶା କ୍ଷୀଣ

ଲଣ୍ଡନ,୧୨।୭: ଖରାପ ଫର୍ମରେ ଥିବା ବିରାଟ କୋହଲି ଆହତ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ସେ ଖେଳିବା ଆଶା କମ୍‌ ବୋଲି ଜଣାପଡିଛି। ଇଂଲଣ୍ଡ ବିପକ୍ଷ ୩ୟ ଅନ୍ତର୍ଜାତୀୟ ଟି୨୦ ସମୟରେ ସେ ତଳିପେଟ ଓ ଜଙ୍ଘ ମଧ୍ୟସ୍ଥ ସ୍ଥାନରେ ଆଘାତ ପାଇଥିଲେ। ଆଘାତ ସମସ୍ୟା କେତେ ପରିମାଣରେ ହୋଇଛି ଯଦିଓ ତାହା ଜଣା ପଡ଼ିନାହିଁ। ତେବେ ଆଘାତ ସେତେ ଗୁରୁତର ନୁହେଁ। ସେ ଜୁଲାଇ ୧୪ରେ ଲଡର୍‌ସ ଓ ୧୭ରେ ମାଞ୍ଚେଷ୍ଟରରେ ହେବାକୁଥିବା ପରବର୍ତ୍ତୀ ୨ଟି ଗେମ୍‌ ପାଇଁ ଉପଲବ୍ଧ ହେବେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଜିତିଥିବା ଟିମ ଇଣ୍ଡିଆ ମନୋବଳ ବେଶ୍‌ ଦୃଢ ରହିଛି। ଏହା ସତ୍ତ୍ୱେ ରୋହିତ ଶର୍ମା, ଶ୍ରେୟସ ଆୟର, ଶିଖର ଧାୱନଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Share