Categories: ଖେଳ

ଅନୁଷ୍କାଙ୍କ ଟିକିଏ ଝଲକ ପାଇବାକୁ ବିକଳ ହେଲେ କୋହଲି, ପ୍ରଶଂସକ କହିଲେ ‘ଏଭଳି ସ୍ବାମୀ ଭାଗ୍ୟରେ ଥିଲେ ମିଳେ’

ମୁମ୍ବାଇ,୧୬।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି। ମଇଦାନରେ ଏହାର ଝଲକ ଅନେକ ଥର ଦେଖିବାକୁ ମିଳିଛି। ହେଲେ ବିଶ୍ୱକପ୍‌ ୨୦୨୩ର ସେମିଫାଇନାଲ ମୁକାବିଲାରେ ଉଭୟଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିରାଟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ସେ ମ୍ୟାଚ୍‌ରେ ୫୦ତମ ଶତକ ମାରି ଇତିହାସ ରଚିଥିଲେ। କୋହଲିଙ୍କ ଏଭଳି ଉପଲବ୍ଧିକୁ ଦେଖି ଖୁସିରେ ନାଚି ଉଠିଥିଲେ ଅନୁଷ୍କା। ଶତକ ପରେ କିନ୍ତୁ ବିରାଟ ବେଶି ସମୟ ମଇଦାନରେ ରହି ପାରି ନ ଥିଲେ। ସେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିବା ସମୟରେ ସାଥୀ କ୍ରିକେଟରଙ୍କ ସହ ଦର୍ଶକମାନେ ତାଳି ମାରିଥିଲେ। ତେବେ ବିରାଟ ଡ୍ରେସିଂ ରୁମ୍‌ରେ ଚେଞ୍ଜ କରି ଆସି ଅନୁଷ୍କାଙ୍କୁ ଖୋଜୁଥିବା ନଜର ଆସିଥିଲା। ସେ ବାରମ୍ବାର ଉପର ଫ୍ଲୋର୍‌ରେ ବସିଥିବା ଅନୁଷ୍କାଙ୍କ ଟିକିଏ ଝଲକ ଦେଖିବାକୁ ଚେଷ୍ଟା କରୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା।

କୋହଲିଙ୍କ ଅନୁଷ୍କାଙ୍କ ପ୍ରତି ଭଲପାଇବା ଦେଖିବା ପରେ ମହିଳା ପ୍ରଶଂସକମାନେ ଭାବବିହ୍ବଳ ହେଉଛନ୍ତି। ସମସ୍ତଙ୍କୁ ତାଙ୍କ ଭଳି ସ୍ବାମୀ ମିଳୁ ବୋଲି ସେମାନେ କହୁଛନ୍ତି।

Share