Posted inଖେଳ

ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୩୫ ରନ ସଂଗ୍ରହ କରିବା ମାତ୍ରେ କୋହଲି ଏହି ସଂଖ୍ୟାକୁ ସ୍ପର୍ଶ କରିଛନ୍ତି। ଏହି ତାଲିକାରେ କେବଳ ରିକି ପଣ୍ଟିଂ, କୁମାର ସାଙ୍ଗାକାରା ଏବଂ ସଚିନ ତେନ୍ଦୁଲକର ତାଙ୍କଠାରୁ ଆଗରେ ଅଛନ୍ତି। କାନପୁର ଟେଷ୍ଟରେ ବ୍ୟାଟିଂ କରିବା ପୂର୍ବରୁ କୋହଲି ୫୯୩ ଇନିଂସରେ ୨୬,୯୬୫ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ସେ ୩୫ ବଲରେ ୪୭ ରନ ସ୍କୋର କରିଥିଲେ।
ଅଦ୍ୟାବଧି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୭ ହଜାର ରନ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ୨୦୦୭ରେ, ସଚିନ ତାଙ୍କ କ୍ୟାରିୟରର ୬୨୩ ତମ ଇନିଂସରେ ୨୭ ହଜାର ରନ ଅତିକ୍ରମ କରିଥିଲେ। କିନ୍ତୁ କୋହଲି ତାଙ୍କଠାରୁ ୨୯ ଇନିଂସ କମ୍‌ ଖେଳି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ, ସାଙ୍ଗାକାରା ୨୭,୦୦୦ ରନ ପୂରଣ କରିବା ପାଇଁ ୬୪୮ ଇନିଂସ ଖେଳିଥିବାବେଳେ ପଣ୍ଟିଂ ତାଙ୍କର ୬୫୦ ତମ ଇନିଂସରେ ଏତେ ରନ ପୂରଣ କରିଥିଲେ।

ଦ୍ରୁତତମ ୨୭ ହଜାର ରନ
ବିରାଟ କୋହଲି – ୫୯୩ ଇନିଂସ

ସଚିନ ତେନ୍ଦୁଲକର – ୬୨୩ ଇନିଂସ

କୁମାର ସାଙ୍ଗାକାରା – ୬୪୮ ଇନିଂସ

ରିକି ପଣ୍ଟିଂ – ୬୫୦ ଇନିଂସ

ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଟେଷ୍ଟ କ୍ରିକେଟରେ ୮,୯୧୮ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଦିନିକିଆ ଏବଂ ଟି୨୦ କ୍ରିକେଟରେ ସେ ଯଥାକ୍ରମେ ୧୩,୯୦୬ ରନ ଏବଂ ୪,୧୮୮ ରନ କରିଛନ୍ତି। ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୧୨ ରନ ସଂଗ୍ରହ କରିଛନ୍ତି। ଏବେ ୪୭୧ ରନ ସ୍କୋର କରିବା ପରେ କୋହଲି ସର୍ବାଧିକ ରନ ସ୍କୋର କରିବା କ୍ଷେତ୍ରରେ ରିକି ପଣ୍ଟିଂଙ୍କୁ ପଛରେ ପକାଇବେ। ଶତକରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୮୦ ଶତକ ହାସଲ କରିଛନ୍ତି ଏବଂ ଏହି ତାଲିକାରେ ସଚିନ ତେନ୍ଦୁଲକର ୧୦୦ ଶତକ ସହ ପ୍ରଥମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ...

ଆଇପିଏଲ୍‌ରେ ନିଲାମରେ ଭାଙ୍ଗିବ ସବୁ ରେକର୍ଡ: ଏହି ୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୯: ଆଇପିଏଲ ମେଗା ନିଲାମ ପୂର୍ବରୁ ବିସିସିଆଇ ରିଟେସନ୍‌ ସମ୍ବନ୍ଧୀୟ ନିୟମ ଘୋଷଣା କରିଛି। ଆଇପିଏଲ ଦଳ ସର୍ବାଧିକ ୫ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ବଡ଼ କାରନାମା କଲେ ରୋହିତ-ଯଶସ୍ବୀ ଯୋଡ଼ି

କାନପୁର,୩୦।୯: କାନପୁର ଟେଷ୍ଟରେ ବାଂଲାଦେଶକୁ ଟିମ ଇଣ୍ଡିଆ ଉପଯୁକ୍ତ ଜବାବ ଦେଇଛି। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ତାଙ୍କୁ ଏକ ଭଲ...

ବିସିସିଆଇର ବଡ ଆକ୍ସନ, ଆଇପିଏଲରେ ଏମିତି ହେଲେ ୨ ବର୍ଷ ପାଇଁ ବ୍ୟାନ

ନୂଆଦିଲ୍ଲୀ,୨୯।୯: ନଭେମ୍ବରରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ରିଟେଂସନକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିୟମ ଜାରି କରିଛି। ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜ...

ଟିମ ସିଲେକ୍ସନରେ ଗମ୍ଭୀରଙ୍କ ଇନପ୍ୟାକ୍ଟ, କୋଚଙ୍କ ନିକଟତମ ଖେଳାଳିଙ୍କ ପାଇଁ ଖୋଲିଲା…

ନୂଆଦିଲ୍ଲୀ,୨୯।୯: ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଅଜିତ ଅଗରକରଙ୍କ ନେତୃତ୍ୱରେ...

କାନପୁର ଟେଷ୍ଟରେ ଏମିତି କିଛି କହିଦେଲେ ରିଷଭ ପନ୍ତ…ସବୁଠୁ ହେଉଛି ଚର୍ଚ୍ଚା

କାନପୁର,୨୮।୯: ଭାରତ ବନାମ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟମ୍ପ ପଛରେ ଛିଡା ହୋଇ ରିଷଭ ପନ୍ତ ଏମିତି କିଛି କହିଛନ୍ତି, ଯାହା...

କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର: ବର୍ଷା ପାଇଁ ଦ୍ୱିତୀୟ ଦିନର ଖେଳ…

କାନପୁର,୨୮।୯: କାନପୁରର ଗ୍ରୀନ ପାର୍କରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ମଧ୍ୟ ଖରାପ ପାଗ ଦ୍ୱାରା ପ୍ରଭାବିତ...

ରୋହିତ ଶର୍ମାଙ୍କ ଗୋଟିଏ ନିଷ୍ପତ୍ତିରେ ବଦଳିଗଲା ୬୦ ବର୍ଷର ଇତିହାସ

କାନପୁର,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବର୍ଷା ହେତୁ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri