Categories: ଖେଳ

ଫାଇନାଲରେ ଇତିହାସ ରଚିଲେ ବିରାଟ କୋହଲି

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଏପର୍ଯ୍ୟନ୍ତ ଅନେକ ରେକର୍ଡ କରାଯାଇଛି। ଏହି କ୍ରମରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ସେ ବିଶ୍ୱକପ ସଂସ୍କରଣର ଉଭୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ୫୦ ପ୍ଲସ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଯୋଗ ଦେଇଛନ୍ତି।
ବିରାଟ କୋହଲି ବିଶ୍ୱର ସପ୍ତମ ବ୍ୟାଟ୍ସମ୍ୟାନ ତଥା ଏହି ସଫଳତା ହାସଲ କରିଥିବା ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ୧୯୭୯ରେ ଇଂଲଣ୍ଡର ମାଇକେଲ ବ୍ରେଲି, ୧୯୮୭ ରେ ଅଷ୍ଟ୍ରେଲିଆର ଡେଭିଡ ବୁନ, ୧୯୯୨ରେ ପାକିସ୍ତାନର ଜାଭେଡ ମିଆନ୍ଦାଦ, ୧୯୯୬ରେ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା, ୨୦୧୫ରେ ନ୍ୟୁଜିଲାଣ୍ଡର ଗ୍ରାଣ୍ଟ ଏଲିଅଟ, ୨୦୧୫ରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଉଭୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ୫୦ରୁ ଅଧିକ ସ୍କୋର କରିଥିଲେ।

Share