ଚେନ୍ନାଇ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ ୫ରୁ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାରଠାରୁ ଟିମ ଇଣ୍ଡିଆ ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରିଛି। ଭାରତର ନିୟମିତ ଅଧିନାୟକ ବିରାଟ କୋହଲି ମଧ୍ୟ ଦଳରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ ଖେଳିବା ପରେ କୋହଲି ପୈତୃକ ଛୁଟିରେ ଭାରତ ଫେରିଥିଲେ। ସେ ଗତ ମାସରେ କନ୍ୟା ସନ୍ତାନର ପିତା ହୋଇଥିଲେ। ଚେପକ ଷ୍ଟାଡିୟମରେ ପ୍ରଶିକ୍ଷଣ ସମୟରେ କୋହଲି ମଜା କରୁଥିବା ନଜର ଆସିଥିଲେ। ମଜାରେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରସିଦ୍ଧ ହେଲିକପ୍ଟର ସଟକୁ କପି କରୁଥିବା ଦେଖିବାକୁ ମିଳିଥିଲା। ବିସିସିଆଇ ଭାରତୀୟ ଦଳର ପ୍ରଶିକ୍ଷଣ ଅଧିବେଶନର ଏକ ଭିଡିଓ ଟୁଇଟରରେ ଶେୟାର କରିଛି। ଭିଡିଓରେ କୋହଲି ଧୋନୀଙ୍କ ହେଲିକପ୍ଟର ସଟ୍ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।
Team bonding 🤜🤛
Regroup after quarantine ✅
A game of footvolley 👍#TeamIndia enjoys a fun outing at Chepauk ahead of the first Test against England. 😎🙌 – by @RajalArora #INDvENGWatch the full video 🎥👉 https://t.co/fp19jq1ZTI pic.twitter.com/wWLAhZcdZk
— BCCI (@BCCI) February 2, 2021