Categories: ଖେଳ

ଲଜ୍ଜାଜନକ ରେକର୍ଡ କଲେ କୋହଲି, ପ୍ରଶ୍ନ ଉଠାଇଲେ ସଞ୍ଜୟ ମାଞ୍ଜରେକର

ବେଙ୍ଗାଲୁରୁ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ଦିନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ପ୍ରଥମ ସେଶନରେ ଦଳର ୬ ଉଇକେଟ ଯାଇଥିବା ବେଳେ ଦ୍ୱିପ୍ରହର ଭୋଜନ ଯାଏ ଦଳର ସ୍କୋର ୩୪ ରନ୍‌ ଥିଲା। ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ମାନେ ନିରାଶ କରିଥିଲେ। ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଖାତା ଖୋଲି ନ ପାରି ଫେରିଥିଲେ। ଏହାପରେ ସେ ଲଜ୍ଜାଜନକ ରେକର୍ଡ ତାଙ୍କ ନାମରେ କରିଛନ୍ତି।

ଟେଷ୍ଟରେ ଆଉଟ୍‌ ହେବା ପରେ କୋହଲି ‘ଡକ୍‌’ରେ ଆଉଟ୍‌ ହୋଇଥିବା ନମ୍ବର ୧ ଖେଳାଳି ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୩୮ ଡକ୍‌ ରହିଛି। ତାଙ୍କ ସହ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍‌ ସାଉଦି ୩୮ ଥର ଡକ୍‌ଆଉଟ୍‌ ହୋଇଛନ୍ତି। ରୋହିତ ଶର୍ମା ୩୩ ଥର ଶୂନରେ ଆଉଟ୍‌ ହୋଇଛନ୍ତି।

ତେବେ ଟେଷ୍ଟରେ ଯେଉଁଭଳି ଭାବେ କୋହଲି ନିଜର ଉଇକେଟ ହରାଇଥିଲେ ତାହାକୁ ନେଇ କମେଣ୍ଟ୍ରି କରୁଥିବା ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ପ୍ରଶ୍ନ ଉଠାଇଛନ୍ତି। କ୍ରିକେଟରଙ୍କ ଫୁଟ୍‌ଓ୍ବାର୍କରେ ଅସୁବିଧା ରହୁଛି। ଟୁଇଟ୍‌ କରି ସେ ଲେଖିଛନ୍ତି ଯେ କୋହଲି ପ୍ରତିଟି ବଲ୍‌କୁ ଖେଳିବା ପୂର୍ବରୁ ଆଗକୁ ଆସୁଛନ୍ତି। ଯେଉଁ ବଲ୍‌ରେ ସେ ଉଇକେଟ ହରାଇଲେ ତାକୁ ବ୍ୟାକ୍‌ଫୁଟ୍‌ରେ ଖେଳିପାରିଥାନ୍ତେ।

Share