ନୂଆଦିଲ୍ଲୀ,୧୭।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବୁଧବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିପାରିନ୍ତି। କୋହଲିଙ୍କୁ ଟି -୨୦ ରେ ୧୨୦୦୦ ରନ୍ ପୂରଣ କରିବାର ସୁଯୋଗ ରହିଛି। ଏଥିପାଇଁ ତାଙ୍କୁ ମାତ୍ର ୬ ରନ୍ ଦରକାର। ଟି -୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ଆଫଗାନିସ୍ତାନ ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ୨-୦ ଅଗ୍ରଣୀ ହାସଲ କରିଛି।
ବିରାଟ ଏ ପର୍ଯ୍ୟନ୍ତ ଟି -୨୦ ଫର୍ମାଟରେ ୩୭୫ ମ୍ୟାଚ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ସେ ୧୧୯୯୪ ରନ୍ ସ୍କୋର କରିଛନ୍ତି। କୋହଲି ଏହି ଫର୍ମାଟରେ ୮ ଶତକ ଏବଂ ୯୧ ଅର୍ଦ୍ଧଶତକ ହାସଲ କରିଛନ୍ତ। ସେ ୧୨୦୦୦ ରନ୍ ପୂରଣ କରିବାକୁ ନିକଟତର ହୋଇଛନ୍ତି। ସେ ୬ ରନ ସ୍କୋର କରିବା ମାତ୍ରେ କୋହଲି ଏହି ସଫଳତା ହାସଲ କରିବେ। ଏହା ସହିତ ସେ ଟି -୨୦ରେ ୧୨ ହଜାର ରନ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହେବେ।