ଜୋହାନ୍ସବର୍ଗ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ମ୍ୟାଚ୍ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ଆହତ ଯୋଗୁ ଏହି ମ୍ୟାଚ୍ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ କେ.ଏଲ ରାହୁତ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। କୋହଲିଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ସେ ଏହି ମ୍ୟାଚ୍ ଖେଳୁ ନ ଥିବା ରାହୁଲ କହିଛନ୍ତି। କୋହଲିଙ୍କ ପାଇଁ ଏହି ମ୍ୟାଚ୍ ଖାସ୍ ଥିଲା କାରଣ ଏହା ତାଙ୍କୁ ୯୯ତମ ମ୍ୟାଚ୍ ଥିଲା। ସେପଟେ କୋହଲିଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ନେଇଥିବା ରାହୁଲ ଭାରତର ୩୪ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି।