Categories: ଖେଳ

ପ୍ରଥମ ଦିନିକିଆରୁ ବାଦ୍‌ ପଡ଼ିଲେ, ଶ୍ରେୟସଙ୍କୁ ସୁଯୋଗ

ଲଣ୍ଡନ,୧୨।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ମଙ୍ଗଳବାର ଖେଳାଯାଉଛି। ତେବେ ଏହି ମ୍ୟାଚ୍‌ରେ ଦଳରୁ ବାଦ୍‌ ପଡ଼ିଛନ୍ତି ବିରାଟ କୋହଲି। ପ୍ରଥମେ ଖରାପ ଫର୍ମ ଆଉ ଏବେ ଆହତ ସମସ୍ୟା କାରଣରୁ ତାଙ୍କୁ ଦଳରୁ ବାହାର କରାଯାଇଛି। ବିରାଟଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ସୁଯୋଗ ମିଳିଛି।

ପୂର୍ବରୁ ଶ୍ରେୟସ ମିଡିଲ୍‌ ଅର୍ଡରରେ ବ୍ୟାଟିଂ କରୁଥିଲେ। ହେଲେ କୋହଲି ବାହାର ହେବା କାରଣରୁ ଶୀର୍ଷକ୍ରମରେ ତାଙ୍କୁ ସୁଯୋଗ ମିଳିଛି। ସେ ଏଯାବତ ୨୬ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ୯୪୭ ରନ୍‌ କରିଛନ୍ତି।

Share