Categories: ଖେଳ

ଖାସ୍‌ ରେକର୍ଡ ହାସଲ କଲେ କୋହଲି

ନୂଆଦିଲ୍ଲୀ,୧୦।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ହୁଏତ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ସାମ୍ନା କରିବାକୁ ପଡିଛି। କିନ୍ତୁ ତାଙ୍କ ଫ୍ୟାନ ଫଲୋଇଙ୍ଗ୍‌ରେ କୌଣସି ପ୍ରକାରର କମି ନଥିଲା। ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ କ୍ରେଜ୍‌ ଦୁନିଆର ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଦେଖାଯାଏ। ଏଥି ସହିତ ଉଇକିପିଡ଼ିଆ ପୃଷ୍ଠାରେ ମଧ୍ୟ କୋହଲି ବାକି ଖେଳାଳିଙ୍କୁ ବହୁ ପଛରେ ଛାଡିଛନ୍ତି।

ବିଶ୍ୱ କ୍ରିକେଟରେ ଅନ୍ୟ ଖେଳାଳିଙ୍କ ତୁଳନାରେ ବିରାଟ କୋହଲିଙ୍କ ଉଇକିପିଡ଼ିଆ ପେଜ୍‌ରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ପେଜ୍‌ ହୋଇପାରିଛି। କୋହଲି ବର୍ତ୍ତମାନ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି, ଯେଉଁଠାରେ ଡୋମିନିକାର ୱିଣ୍ଡସର୍‌ ପାର୍କରେ ଜୁଲାଇ ୧୨ରୁ ଦଳକୁ ୨ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡିବ।

 

Share