Categories: ଖେଳ

ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଟିପ୍ସ ଦେଲେ କୋହଲି, ଜାଡେଜା

ଡୋମିନିକା,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ତେବେ ଭାରତୀୟ ଦଳ ସିରିଜ ୧-୦ରେ ଜିତିବାରେ ସଫଳ ହୋଇଛି। ବାସ୍ତବରେ, ପୋର୍ଟ ଅଫ ସ୍ପେନ ଟେଷ୍ଟର ପଞ୍ଚମ ଦିନ ମ୍ୟାଚ ବର୍ଷା ଯୋଗୁ ଧୋଇଗଲା। ତେବେ ଏହି ମ୍ୟାଚ ପରେ ୱେଷ୍ଟଇଣ୍ଡିଜର ଯୁବ ଖେଳାଳିଙ୍କ ସହ ଭାରତୀୟ ଖେଳାଳିମାନେ ସେମାନଙ୍କ ଅଭିଜ୍ଞତା ବାଣ୍ଟୁଥିବା ଦେଖିବାକୁ ମିଳିଛି। ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ୱେଷ୍ଟଇଣ୍ଡିଜ ଯୁବ ବ୍ୟାଟ୍ସମ୍ୟାନ ଏଲିକ ଏଥାନଜେଙ୍କ ସହ ନଜର ଆସିଛନ୍ତି। ସେହିପରି ୱେଷ୍ଟଇଣ୍ଡିଜ ଯୁବ ବୋଲର ଜୋମେଲ ବରିକ୍କନଙ୍କୁ ରବିନ୍ଦ୍ର ଜାଡେଜା ବୋଲିଂ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି।

ତେବେ ସୋସିଆଲ ମିଡିଆରେ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

Share