Categories: ଖେଳ

୪ର୍ଥ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ମହାକାଳଙ୍କ ଦର୍ଶନ କଲେ ବିରୁଷ୍କା

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଭୋପାଳର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର ଭାଇରାଲ ହେବାରେ ଲାଗିଛି। ଅଷ୍ଟ୍ରେଲିଆ ସହ ୪ର୍ଥ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ମହାକାଳେଶ୍ୱରଙ୍କ ଦମ୍ପତି ପୂଜାର୍ଚ୍ଚନା କରିଛନ୍ତି।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି। ଏ ପର୍ଯ୍ୟନ୍ତ ୩ ମ୍ୟାଚ୍‌ ହୋଇଛି। ଯେଉଁଥିରେ ଭାରତ ୨ଟି ମ୍ୟାଚ୍‌ ଜିତିଛି। ଏଥିସହିତ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ୍‌ ଜିତିଛି।

Share