Posted inଖେଳ

ଆଇପିଏଲ୍‌ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…

ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏପ୍ରିଲ ୯ରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମୁମ୍ବାଇ ସର୍ବାଧିକ ସର୍ବାଧିକ ଥର ଟାଇଟଲ ଜିତିଥିବାବେଳେ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ ନାହିଁ। ଏଭଳି ପରିସ୍ଥିତିରେ ଦଳ ମଧ୍ୟ ୧୪ ତମ ସିଜନରେ ଏହି ଟାଇଟଲ ଅଭାବ ପୂରଣ କରିବାକୁ ଚାହିଁବ।

ବିରାଟ କୋହଲି ଟୁଇଟରରେ ଲେଖିଛନ୍ତି, ଆରସିବି ପ୍ରଶଂସକ, ଆମେ ଫେରିଛୁ। ରେଡ ଏବଂ ଗୋଲ୍ଡ ବ୍ରିଗେଡ ପ୍ରତିନିଧିତ୍ୱ କରି ଆମେ ଗର୍ବିତ। ଏକ କଠିନ ଯୁଦ୍ଧ ଆମକୁ ଅପେକ୍ଷା କରିଛି। ଉଦଘାଟନୀ ମ୍ୟାଚରେ ଆମେ ମୁମ୍ବାଇ ଇଣ୍ଡିଆନ୍ସକୁ ସାମ୍ନା କରିବୁ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆମକୁ ବିଜୟର ମନ୍ତ୍ର କୁହନ୍ତୁ ଏବଂ ହ୍ୟାଶ ଟ୍ୟାଗ ଦେଇଛନ୍ତି -‘ପ୍ଲେ ବୋଲ୍ଡ’ଅର୍ଥ ସାହସର ସହିତ ଖେଳିବା। ଏହା ସହିତ କୋହଲିଙ୍କ ରଣନୀତି ବୁଝିହେଉଛି। କେବଳ ଏତିକି ନୁହେଁ, ସେ ଏପ୍ରିଲ ୯ରେ ମ୍ୟାଚ ଦିନକୁ ମନେ ରଖିବାକୁ ମଧ୍ୟ କହିଥିଲେ ଏବଂ ଗ୍ରୀଷ୍ମ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି। ଗତ ସିଜନରେ ବେଙ୍ଗାଲୁର ଦଳ ଚତୁର୍ଥ ସ୍ଥାନରେ ରହିଥିଲା। ଦଳ ୨୦୦୯, ୨୦୧୧ ଏବଂ ୨୦୧୬ରେ ତିନିଥର ଫାଇନାଲରେ ପ୍ରବେଶ କରିଛି। କିନ୍ତୁ କଦାପି ଟାଇଟଲ ଜିତି ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି।...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ବୁମ୍‌ରାଙ୍କ ସହ ୮୦୦୦ ଟଙ୍କାର ବାଜି ଲଗାଇଲେ ପନ୍ତ, ପରେ ଯାହା ଘଟିଲା…

ନୂଆଦିଲ୍ଲୀ,୧୫।୧୧: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ମୁକାବିଲା ଲାଗି ଟିମ୍‌ ଇଣ୍ଡିଆ ଖୁବ୍‌ ଝାଳ ବୁହାଉଛି। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ପର୍ଥ ଟେଷ୍ଟ ପୂର୍ବରୁ...

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର...

ଘୋଷଣା ହେଲା ଆଇପିଏଲ ୨୦୨୫ରେ ନିଲାମୀ ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ...

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ବୁମ୍‌ରାଙ୍କୁ ଏମିତି ବାଉନ୍ସର ମାରିଲେ ରିଷଭ ପନ୍ତ: ପରିଣାମ ହେଲା ଏମିତି….

ସିଡନୀ,୧୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯିବ ଏବଂ ଟିମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri