Categories: ଖେଳ

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ ୮ କମ୍ୟୁନ୍‌’କୁ ନଗର ନିଗମ ତରଫରୁ ନିୟମ ଉଲ୍ଲଂଘନ କରିବା ନେଇ ନୋଟିସ କରାଯାଇଛି। ବିବିଏମ୍‌ପି ପକ୍ଷରୁ କୋହଲିଙ୍କୁ ଏହି ରେଷ୍ଟୁରାଣ୍ଟ-ପବ୍‌କୁ ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନ ଥିବା କାରଣରୁ ନୋଟିସ ହୋଇଥିବା ଜଣାପଡ଼ିଛି।

ତେବେ ରେଷ୍ଟୁରାଣ୍ଟଟି ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ନିକଟରେ ଅଛି। ଏହା ବିରୋଧରେ ସହରର ଜଣେ ସାମାଜିକ କର୍ମୀ ଭେଙ୍କଟେଶ ଅଭିଯୋଗ କରିଥିଲେ। ଅଭିଯୋଗରେ ବିରାଟ ଅଗ୍ନିଶମ ବିଭାଗ ପକ୍ଷରୁ ଏନ୍‌ଓସି ଅଣା ନ ଯାଇ ରେଷ୍ଟୁରାଣ୍ଟ ଚାଲିଥିବା କୁହାଯାଇଥିଲା। ଶେଷରେ ବିବିଏମ୍‌ପି ପକ୍ଷରୁ ଆସନ୍ତା ୭ ଦିନ ମଧ୍ୟରେ ଜବାବ ମଗାଯାଇଛି। ଏହାକୁ ଅଣଦେଖା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ପୂର୍ବରୁ ନଭେମ୍ବର ୨୯ରେ ଏହି ରେଷ୍ଟୁରାଣ୍ଟକୁ ନୋଟିସ କରାଯାଇଥିଲା। ହେଲେ ଜବାବ ମିଳି ନ ଥିଲା।

Share