କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି ପ୍ରଶଂସକଙ୍କୁ ଏକ ଶତକ ଉପହାର ଦେଇ ପାରି ନ ଥିଲେ। ଏହା ବ୍ୟତୀତ କୋହଲି ତାଙ୍କ ଅଧିନାୟିକତ୍ୱକୁ ନେଇ ଅନେକ ପ୍ରଶ୍ନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ସିରିଜ୍‌ ହାରିବା ପରେ ଟେଷ୍ଟ କ୍ରିକେଟର ଅଧିନାୟକ ପଦ ଛାଡ଼ିଛନ୍ତି। ତାଙ୍କର ହଠାତ୍‌ ଏପରି ନିଷ୍ପତ୍ତି ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିରାଟ ଅଧିନାୟକ ପଦ ଛାଡ଼ିବା ପରେ ସ୍ତ୍ରୀ ଅନୁଷ୍କା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି।

ଅନୁଷ୍କା ବିରାଟ ହସୁଥିବାର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ୨୦୧୪ ମସିହାରେ ମୋର ସେହିଦିନ ମନେ ଅଛି; ଯେତେବେଳେ ତୁମେ ମୋତେ କହିଥିଲ ଯେ, ତୁମେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛ। କାରଣ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଏହା ପରେ ମୁଁ, ତୁମେ ଏବଂ ଧୋନୀ ତା’ ପରଦିନ କଥା ହୋଇଥିଲେ। ଧୋନୀ ତୁମକୁ କହିଥିଲେ, ବର୍ତ୍ତମାନ ଦେଖନ୍ତୁ ଆପଣଙ୍କର ଦାଢ଼ି କେତେଶୀଘ୍ର ଧୂସର ହୋଇଯିବ। ମୁଁ ଏହି କଥା ଶୁଣି ଖୁବ୍‌ ହସିଥିଲି। ସେହିଦିନଠାରୁ ମୁଁ ତୁମର ଦାଢ଼ି ଧୂସର ହେବା ଅପେକ୍ଷା ବହୁତ କିଛି ଦେଖିଛି। ମୁଁ ବଢୁଥିବାର ଦେଖିଛି। ତୁମ ଚାରିପାଖରେ ମୁଁ ଏବଂ ତୁମ ଭିତରେ ଅଛି। ହଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବରେ ତୁମର ଅଭିବୃଦ୍ଧି ଏବଂ ସଫଳତା ପାଇଁ ମୁଁ ଗର୍ବିତ। କିନ୍ତୁ ତା’ଠାରୁ ଅଧିକ ଗର୍ବିତ କି ତୁମର ଆଭ୍ୟନ୍ତରୀଣ ଅଭିବୃଦ୍ଧି ହୋଇଛି।

ଆହୁରି ମଧ୍ୟ ଅନୁଷ୍କା ଲେଖିଛନ୍ତି, ତୁମେ କାହା ପାଇଁ ଶତ୍ରୁ ହୋଇଥାଇପାର ମାତ୍ର ମୋ ନଜରରେ ତୁମେ ମହାନ ବ୍ୟକ୍ତି। ମୁଁ ତୁମକୁ ପ୍ରଥମରୁ କହିଛି, ସେହିଲୋକମାନେ ଧନ୍ୟ ଯିଏ ତୁମକୁ ଠିକ୍‌ରେ ବୁଝିପାରିଛନ୍ତି। ତୁମେ ସବୁବେଳେ କଠିନକୁ ଭଲ ପାଅ। କେବେ କେଉଁ ଜିନିଷ ପାଇଁ ଭିକ ମାଗିନାହଁ। ଏହି ପଦବୀ ପାଇଁ ମଧ୍ୟ ନୁହେଁ। ତୁମେ ଅସୀମ। ମୋ ଝିଅ ତୁମକୁ ଦେଖି ଶିକ୍ଷା ପାଇବ କି ତୁମେ କେତେ ଭଲ କରିଛ। ଏଥିସହିତ ଅନୁଷ୍କା ଏକ ଲଭ୍‌ ଚିହ୍ନ ଦେଇଛନ୍ତି।