Categories: ଖେଳ

ଗମ୍ଭୀରଙ୍କ ସହ ଆଲିଙ୍ଗନକୁ ନେଇ ଏମିତି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର କେବଳ ସର୍ବଶ୍ରେଷ୍ଠ ଖେଳାଳି ନୁହଁନ୍ତି, ଅନେକ ଥର ବିବାଦ ମଧ୍ୟ ତାଙ୍କୁ ଘେରି ରହିଛି। ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ ସହ ତାଙ୍କର ପଡ଼ିଆ ବିତର୍କ କ୍ରିକେଟ ଜଗତରେ କାହାକୁ ଅଛପା ନାହିଁ। ପୁମା ବ୍ରାଣ୍ଡ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି,ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକ ସହିତ ତାଙ୍କର ଭଲ ସମ୍ପର୍କ ପୁଣି ଗଢିଉଠିବା ଲୋକଙ୍କୁ ନିରାଶ କରିଛି କାରଣ ତାଙ୍କ ପାଇଁ ଏହି ବିଷୟର ମସଲା ସମାପ୍ତ ହୋଇଛି।
ବିରାଟ କୋହଲି କହିଛନ୍ତି, ମୋର ଆଚରଣରେ ଲୋକମାନେ ନିରାଶ ହେବାକୁ ଲାଗିଲେ। ମୁଁ ନବୀନଙ୍କ ସହ ଆଲିଙ୍ଗନ କଲି, ସେଦିନ ଗୌତମ ଗମ୍ଭୀର ଭାୟ ମଧ୍ୟ ମୋତେ ଆଲିଙ୍ଗନ କଲେ। ତେଣୁ ତୁମର ମସାଲା ଶେଷ ହୋଇଛି। ବିରାଟ କୋହଲି ଏବଂ ନବୀନ-ଉଲ-ହକଙ୍କ ପ୍ରସଙ୍ଗ ଗତ ବର୍ଷ ଆଇପିଏଲରେ ବହୁ ଦୃଷ୍ଟି ଆକର୍ଷଣ କରିଥିଲା, କିନ୍ତୁ ୨୦୨୩ ଦିନିକିଆ କ୍ରିକେଟ ବିଶ୍ୱକପ ସମୟରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ନିଜର ମତଭେଦ ଶେଷ କରିଥିଲେ। ଅନ୍ୟପକ୍ଷରେ, ଆଇପିଏଲ ୨୦୨୪ରେ ଆରସିବି ବନାମ ଏଲଏସଜି ମ୍ୟାଚ ପରେ ଗୌତମ ଗମ୍ଭୀର ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ, ଯାହା ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share