କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍‌ଙ୍କ କଠିନ ପରିଶ୍ରମରେ ପ୍ରଭାବିତ ହୋଇ ତାଙ୍କପରି ହେବାକୁ ଚେଷ୍ଟା କରିଥାନ୍ତି। ଏମିତି ଜଣେ ହେଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଆଇପିଏଲ୍‌ର ଆର୍‌ସିବି ଅଧିନାୟକ ବିରାଟ କୋହଲି। ଏକଦା ବିରାଟ କ୍ୟାଟ୍‌ଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥିଲେ ଏବଂ ପଡ଼ିଆ ବାହାରେ ତାଙ୍କ ସହ ମାତ୍ର ୨ ମିନିଟ କଥା ହେବା ତାଙ୍କ ପାଇଁ ସବୁଠାରୁ କଥା ଥିଲା। ଏକ ସାକ୍ଷାତକାରରେ ବିରାଟ କ୍ୟାଟ୍‌ଙ୍କୁ ନେଇ ଏହି କଥା କହିଥିଲେ। କୋହଲିଙ୍କ ଏହି ଥ୍ରୋବ୍ୟାକ୍‌ ଭିଡିଓ ସେହି ସମୟର, ଯେତେବେଳେ ସେ ବହୁତ ଛୋଟ ଥିଲେ ଏବଂ ଅନୁଷ୍କାଙ୍କ ସହ ତାଙ୍କର ସମ୍ପର୍କ ନ ଥିଲା।
ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆଙ୍କର ବାଣୀ ବିରାଟଙ୍କୁ ପ୍ରଶ୍ନ କରୁଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସବୁଠାରୁ ବଡ଼ ଅଫ୍‌ ଫିଲ୍ମ କ’ଣ। ଉତ୍ତରରେ କୋହଲି କହୁଛନ୍ତି, କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ସେହି ୨ ମିନିଟ ସମୟ। ଏହା ମୋ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ ବୋଲି କହିଥିଲେ।