ରୋମାଣ୍ଟିକ୍‌ ହେଲେ କୋହଲି: କହିଲେ, ତୁମେ ମୋ ସହ ଥିଲେ…

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ -୨୦୨୧ ପରେ ବିଶ୍ରାମ ଦିଆଯାଇଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳି ନ ଥିଲେ। ଏହା ପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୁ ମଧ୍ୟ ବିଶ୍ରାମ ନେଇଥିଲେ। ମୁମ୍ବାଇରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଦଳରେ ଯୋଗଦେବେ। ଏହି ସମୟରେ ରବିବାର ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ବସିଥିବାର ନଜର ଆସିଛନ୍ତି।
ବିରାଟ କୋହଲି ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ତୁମେ ମୋ ସହିତ ଥିଲେ, ମୁଁ ସବୁ ଜାଗାରେ ଘର ଅନୁଭବ କରେ।’ ବିରାଟଙ୍କ ଏହି ଫଟୋକୁ ବହୁତ ପସନ୍ଦ କରାଯାଉଛି। ପୋଷ୍ଟ କରିବାର ପ୍ରାୟ ୧ ଘଣ୍ଟାରେ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଏହି ଫଟୋକୁ ପସନ୍ଦ କରିଛନ୍ତି। ଏହି ଫଟୋରେ ଉଭୟ ନଦୀ କୂଳରେ ବସିଥିବାର ନଜର ଆସିଛନ୍ତି। ଏହି ଫଟୋ ଉପରେ ଅନୁଷ୍କା ଶର୍ମା ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ‘ଏହା ଏକ ଭଲ କଥା କାରଣ ତୁମେ କ୍ୱଚିତ୍‌ ଘରେ ରୁହ।’ ଅନୁଷ୍କାଙ୍କ କମେଣ୍ଟକୁ ପ୍ରାୟ ୫୦ ହଜାର ଲୋକ ଲାଇକ କରିଛନ୍ତି।
୩୩ ବର୍ଷୀୟ ବିରାଟ କୋହଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଏହାପୂର୍ବରୁ ସେ ଜିମରେ ବ୍ୟାୟାମ କରୁଥିବା ଏକ ଭିଡିଓ କ୍ଲିପ ମଧ୍ୟ ଶେୟାର କରିଥିଲେ। ୟୁଏଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ତେବେ ଟିମ ଇଣ୍ଡିଆ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଏହାପରେ ସେ ଏହି ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ଛାଡିବାକୁ ମଧ୍ୟ ଘୋଷଣା କରିଥିଲେ।