ରୋମାଣ୍ଟିକ୍‌ ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଜି ୫ମ ବିବାହବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି। କୋହଲି ଲେଖିଛନ୍ତି, ‘ଅସୀମ ଯାତ୍ରା’ର ପାଞ୍ଚ ବର୍ଷ ସମାପ୍ତ ହୋଇଛି। ମୁଁ ତୁମକୁ ପାଇ ମୁଁ ଧନ୍ୟ, ତୁମକୁ ଅନ୍ତରରୁ ଭଲ ପାଏ।
କୋହଲି ଏବଂ ଅନୁଷ୍କା ଦୀର୍ଘ ସମୟ ଧରି ଏକ ସମ୍ପର୍କରେ ଥିଲେ ଏବଂ ପ୍ରାରମ୍ଭରେ ସେମାନେ ନିଜ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସାର୍ବଜନୀନ କରି ନ ଥିଲେ। କୋହଲି ୨୦୧୭ରେ ୧୧ ଡିସେମ୍ବରରେ ଇଟାଲୀରେ ଅନୁଷ୍କାଙ୍କୁ ବିବାହ କରିଥିଲେ।
ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କର ୭୨ ଶତକ ରହିଛି ଏବଂ ବର୍ତ୍ତମାନ ସେ ଅନ୍ତର୍ଜାତୀୟ ଶତକ ତାଲିକାରେ ଦ୍ୱିତୀୟ ସହ ବ୍ୟାଟ୍ସମ୍ୟାନ ହୋଇଛନ୍ତି। କୋହଲିଙ୍କ ଅପେକ୍ଷା କେବଳ ସଚିନ ତେନ୍ଦୁଲକର ଅଧିକ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। କୋହଲି ତାଙ୍କ ଦିନିକିଆ କ୍ୟାରିୟରରେ ଏପର୍ଯ୍ୟନ୍ତ ୪୪ ଶତକ ହାସଲ କରିଛନ୍ତି।

Share